ସିବିଏସ୍‌ଇ ପରେ ଏହି ରାଜ୍ୟ ବାତିଲ କଲା ଦ୍ୱାଦଶ ପରୀକ୍ଷା

ଭୋପାଳ,୨।୬: କରୋନା ମହାମାରୀ ଯୋଗୁ ସିବିଏସ୍‌ଇ ଓ ଆଇସିଏସ୍‌ଇ ଦ୍ୱାଦଶ ପରୀକ୍ଷାକୁ ବାତିଲ କରାଯାଇଛି। ମଙ୍ଗଳବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏହି ନିର୍ଣ୍ଣୟ ନିଆଯାଇଥିଲା। ତେବେ କେନ୍ଦ୍ରର ଏହି ନିଷ୍ପତ୍ତି ପରେ ମଧ୍ୟପ୍ରଦେଶରେ ପରୀକ୍ଷାକୁ ନେଇ ଏକ ବଡ଼ ଘୋଷଣା କରାଯାଇଛି। କେନ୍ଦ୍ର ପରେ ଏବେ ମଧ୍ୟପ୍ରଦେଶ ସରକାର ଦ୍ୱାଦଶ ବୋର୍ଡ ପରୀକ୍ଷାକୁ ବାତିଲ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏନେଇ ବୁଧବାର ମୁଖ୍ୟମନ୍ତ୍ରୀ ଶିବରାଜ ଚୌହାନ ଘୋଷଣା କରିଛନ୍ତି। ଶିକ୍ଷାମନ୍ତ୍ରୀଙ୍କ ସହ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି। ଏହା ପୂର୍ବରୁ ଗୁଜରାଟ ସରକାର ମଧ୍ୟ ମହାମାରୀକୁ ଦୃଷ୍ଟିରେ ରଖି ଦ୍ୱାଦଶ ବୋର୍ଡ ପରୀକ୍ଷାକୁ ବାତିଲ କରିଥିଲେ। ତେବେ ଗୁଜରାଟ ଓ ମଧ୍ୟପ୍ରଦେଶ ପରେ ଏବେ ସମସ୍ତଙ୍କ ନଜର ଉତ୍ତରପ୍ରଦେଶ ଏବଂ ବିହାର ବୋର୍ଡ ଉପରେ ରହିଛି।

 

Share