Categories: ଜାତୀୟ

ଷ୍ଟ୍ରିଟ ଭେଣ୍ଡରଙ୍କ ପାଇଁ ଶିବରାଜଙ୍କ ବଡ ଘୋଷଣା

ଭୋପାଳ,୧୯ ।୭: ପଞ୍ଚାୟତ ନିର୍ବାଚନ ଓ ଅର୍ବାନ ବଡି ଇଲେକଶନରେ ସଫଳତା ମିଳିବା ପରେ ଭାରତୀୟ ଜନତା ପାର୍ଟି(ଭାଜପା) ଏବେ ଖୁବ୍ ଉତ୍ସାହିତ । ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ମଙ୍ଗଳବାର ଭୋପାଳରେ ଜନତାଙ୍କ ସହ ଚାୟ ପେ ଚର୍ଚ୍ଚା କରିଛନ୍ତି । ଏହି କାର୍ଯ୍ୟକ୍ରମର ନାମ ଦିଆଯାଇଥିଲା ‘ମାମା କି ଚାୟ, ଅପନୋ କେ ସାଥ‘ ।
ଏହି କାର୍ଯ୍ୟକ୍ରମରେ ଶିବରାଜ କହିଥିଲେ ଭାଜପାର ଲକ୍ଷ୍ୟ ନୁହେଁ ନିର୍ବାଚନ ହାରିବା ବା ଜିତିବା । ଭାଜପାର ଲକ୍ଷ୍ୟ ଲୋକଙ୍କ ଜୀବନ ବଦଳାଇବା । ଏଠାକାର ଲୋକେ ଯେଉଁ ସବୁ ସମସ୍ୟା କଥା କହିଥିଲେ ତା’ର ତୁରନ୍ତ ସମାଧାନ କରାଯିବ । ଏହା ଆଭାର ସଭା ନୁହେଁ ବିଶ୍ୱାସ ସଭା । ଆପଣମାନେ ମୋତେ ଯେଉଁଭଳି ବିଶ୍ୱାସ କରିଛନ୍ତି ତାହା ମୁଁ କେବେ ଭାଙ୍ଗିଦେବି ନାହିଁ । ସମସ୍ତ ଯୋଜନାର ଲାଭ ଉପଯୁକ୍ତ ପ୍ରାର୍ଥିଙ୍କ ନିକଟରେ ନିଶ୍ଚତ ପହଞ୍ଚିବ । ଏହା ଭାରତୀୟ ଜନତା ପାର୍ଟିର ପ୍ରାଥମିକତା ବୋଲି ଶିବରାଜ କହିଛନ୍ତି ।
କାର୍ଯ୍ୟକ୍ରମରେ ହୋଇଥିବା ଭିଡକୁ ଦେଖି ଉତ୍ସାହିତ ଥିବା ଶିବରାଜ କହିଛନ୍ତି ଆପଣମାନେ ନିର୍ବାଚନ ପୂର୍ବରୁ ମଲ୍ଟି ପେୟଜଳ ବ୍ୟବସ୍ଥା ଦାବି କରିଥିଲେ, ଏହାର ବ୍ୟବସ୍ଥା ଖୁବଶୀଘ୍ର କରାଯିବ । ଏହା ବ୍ୟତୀତ ସେ କହିଛନ୍ତି ଷ୍ଟ୍ରିଟ ଭେଣ୍ଡର ଯୋଜନାରେ ଗରିବଙ୍କୁ ୧୦ ହଜାର ଟଙ୍କା ବିନା ସୁଧରେ ଯୋଗାଇ ଦିଆଯିବ । ଫଳରେ ସେମାନେ ସେମାନଙ୍କ ପରିବାର ଭରଣ-ପୋଷଣ କରିପାରିବେ ।

Share