ଭୋପାଳ,୩୦।୪: ସାରାଦେଶରେ ଗୁରୁବାର ରାମ ନବମୀ ବହୁ ଆଡ଼ମ୍ବରରେ ପାଳନ କରାଯାଇଛି। ଇତିମଧ୍ୟରେ ନବରାତ୍ରୀର ନବମୀ ଦିନରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ରୀତିନୀତିରେ କନ୍ୟା ପୂଜା ସମ୍ପନ୍ନ ହୋଇଛି। ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ସକାଳୁ କନ୍ୟା ବା ଛୋଟ ଛୋଟ ଝିଅମାନଙ୍କୁ ଘରକୁ ଡାକି ଭୋଜନ କରାଇଥିଲେ। ଏହି ସମୟରେ ମୁଖ୍ୟମନ୍ତ୍ରୀଙ୍କ ସହ ତାଙ୍କ ପତ୍ନୀ ସାଧନା ସିଂହ ମଧ୍ୟ ଉପସ୍ଥିତ ଥିଲେ। ୯ଜଣ କନ୍ୟାମାନଙ୍କୁ ଚନ୍ଦନ ଲଗାଇ ଭୋଜନ କରାଇବା ପରେ ମୁଖ୍ୟମନ୍ତ୍ରୀ ତାଙ୍କୁ ଉପହାର ଭେଟି ଦେଇଥିଲେ। ଏହି ସମୟରେ ମୁଖ୍ୟମନ୍ତ୍ରୀ ଶିବରାଜ ଏବଂ ତାଙ୍କ ପତ୍ନୀ ସାଧନା ମଧ୍ୟ ପିଲାଙ୍କୁ ଖୁଆଇଦେଉଥିବା ଦେଖିବାକୁ ମିଳିଛି।