Categories: ଜାତୀୟ

କର୍ନାଟକରେ ୩ ଉପ ମୁଖ୍ୟମନ୍ତ୍ରୀ ପ୍ରଶ୍ନକୁ ନେଇ ସିଦ୍ଦାରାମାୟା କହିଲେ…

ବେଙ୍ଗାଲୁରୁ,୧୭।୯: କର୍ନାଟକରେ ଆଉ ତିନି ଜଣ ଉପମୁଖ୍ୟମନ୍ତ୍ରୀ ନିଯୁକ୍ତ ହେବାର ଦାବି ମଧ୍ୟରେ ମୁଖ୍ୟମନ୍ତ୍ରୀ ସିଦ୍ଦାରାମାୟା ଏକ ବଡ଼ ବୟାନ ଦେଇଛନ୍ତି। ରବିବାର ସେ କହିଛନ୍ତି ଯେ ହାଇକମାଣ୍ଡ ଏହା ଉପରେ ନିଷ୍ପତ୍ତି ନେବେ ଏବଂ ସେ ଏହାକୁ ଅନୁସରଣ କରିବେ।
କର୍ନାଟକର ସହଯୋଗ ମନ୍ତ୍ରୀ କେ.ଏ. ରଜନ୍ନା ଲୋକ ସଭା ନିର୍ବାଚନ ପୂର୍ବରୁ ରାଜ୍ୟରେ ଆଉ ୩ ଜଣ ଉପ-ମୁଖ୍ୟମନ୍ତ୍ରୀ ନିଯୁକ୍ତ କରିବାକୁ ପରାମର୍ଶ ଦେଇଥିଲେ। ସେ ଶନିବାର କହିଥିଲେ ଯେ ସେ କଂଗ୍ରେସ ହାଇକମାଣ୍ଡଙ୍କ ସହ ଆଲୋଚନା କରିବେ।
ଏହା ହେଉଛି ସହଯୋଗ ମନ୍ତ୍ରୀଙ୍କ ବ୍ୟକ୍ତିଗତ ମତ ବୋଲି ସ୍ପଷ୍ଟ କରି କହିଛନ୍ତି ଯେ ଏହି ପ୍ରସଙ୍ଗରେ ତାଙ୍କର କିଛି କହିବାର ନାହିଁ ଏବଂ ଏହା ଉପରେ ନିଷ୍ପତ୍ତି ନେବା ହାଇ କମାଣ୍ଡର କାମ। ନ୍ୟୁଜ ଏଜେନ୍ସି ପିଟିଆଇ ଅନୁଯାୟୀ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସେ (ରାଜନ୍ନା) ନିଜର ମତ ପ୍ରକାଶ କରିଛନ୍ତି, କିନ୍ତୁ ଶେଷରେ ଦଳର ସର୍ବୋଚ୍ଚ ନେତୃତ୍ୱକୁ ଏହି ନିଷ୍ପତ୍ତି ନେବାକୁ ପଡିବ।

Share