Categories: ଜାତୀୟ

ଦିଲ୍ଲୀରେ ସିଦ୍ଦାରାମାୟା, କାବେରୀ ଜଳ ବିବାଦ ଉପରେ କେନ୍ଦ୍ର ସହିତ କରିବେ ବୈଠକ

ନୂଆଦିଲ୍ଲୀ,୨୦।୯: କର୍ନାଟକ ମୁଖ୍ୟମନ୍ତ୍ରୀ ସିଦ୍ଦାରାମାୟା ଦିଲ୍ଲୀ ଗସ୍ତରେ ଅଛନ୍ତି। କାବେରୀ ଜଳ ବିବାଦକୁ ନେଇ ସେପ୍ଟେମ୍ବର ୨୦ରେ ହେବାକୁ ଥିବା ବୈଠକରେ ଯୋଗଦେବା ପାଇଁ ମୁଖ୍ୟମନ୍ତ୍ରୀ ମଙ୍ଗଳବାର ବିଳମ୍ବିତ ରାତିରେ ଦିଲ୍ଲୀରେ ପହଞ୍ଚିଛନ୍ତି। ଏଥିରେ କର୍ନାଟକର ଉପମୁଖ୍ୟମନ୍ତ୍ରୀ ଡି.କେ ଶିବକୁମାର, ତାଙ୍କ ରାଜ୍ୟ ଏମ୍‌ପତ ଓ ମନ୍ତ୍ରୀମାନେ ଉପସ୍ଥିତ ରହିବେ।

କାବେରୀ ବିବାଦ ବ୍ୟତୀତ ରାଜ୍ୟ ପ୍ରକଳ୍ପ ଏବଂ ମରୁଡ଼ି ସହାୟତା ପ୍ରସଙ୍ଗ ମଧ୍ୟ କେନ୍ଦ୍ର ସରକାରଙ୍କ ନିକଟରେ ବିଚାରାଧୀନ ରହିଛି। ଏହି ସମୟରେ କର୍ନାଟକ ସରକାରଙ୍କ ଦିଲ୍ଲୀର ସ୍ବତନ୍ତ୍ର ପ୍ରତିନିଧୀ ନୂଆଦିଲ୍ଲୀରେ ପହଞ୍ଚି ସାରିଛନ୍ତି। ଏହି ବୈଠକରେ କର୍ନାଟକର ପ୍ରତିନିଧିତ୍ୱ କରୁଥିବା କେନ୍ଦ୍ର ମନ୍ତ୍ରୀ, ଲୋକ ସଭା ସଦସ୍ୟ ଏବଂ ରାଜ୍ୟ ସଭା ସଦସ୍ୟ ଯୋଗଦେବେ।

Share