Categories: ଜାତୀୟ

ହିମାଚଳ ପ୍ରଦେଶରେ ଅକ୍ଟୋବର ୩୧ ପର୍ଯ୍ୟନ୍ତ କୌଣସି ଔପଚାରିକ ସ୍ବାଗତ ସମାରୋହ ହେବ ନାହିଁ: ସୁଖୁ ସରକାର

ଶିମଲା,୨୮।୮: ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁ ରବିବାର କହିଛନ୍ତି କି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି କି ଅଫିସିୟାଲ କାର୍ଯ୍ୟକ୍ରମ ସମୟରେ ଗଣମାନ୍ୟ ଲୋକଙ୍କୁ ଶାଲ, ପଗଡି ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ସେମାନଙ୍କୁ ସ୍ବାଗତ କରିବାର ପରମ୍ପରା ୩୧ ଅକ୍ଟୋବର ପର୍ଯ୍ୟନ୍ତ ବନ୍ଦ ରହିବ। ସେ କହିଛନ୍ତି କି ବର୍ତ୍ତମାନର ପ୍ରାକୃତିକ ବିପର୍ଯ୍ୟୟ ସମ୍ପର୍କିତ ଚିନ୍ତାକୁ ଦେଖି ଏହି ନିଷ୍ପତ୍ତି ନିଆଯାଇଛି। ମୁଖ୍ୟମନ୍ତ୍ରୀ କହିଛନ୍ତି, ‘ଏହି ନିର୍ଦ୍ଦେଶ ଅନୁଯାୟୀ, ୩୧ ଅକ୍ଟୋବର ୨୦୨୩ ପର୍ଯ୍ୟନ୍ତ ସରକାରୀ ସମାରୋହରେ କୌଣସି ଔପଚାରିକ ସମ୍ମାନ ଅଥବା ସ୍ବାଗତ ସମାରୋହ ହେବ ନାହିଁ।’

ସେ କହିଛନ୍ତି ଯେ ଏହାପୂର୍ବରୁ ସେପ୍ଟେମ୍ବର ୧୫ ପର୍ଯ୍ୟନ୍ତ ଏହି ଅଞ୍ଚଳ ଗସ୍ତ ସମୟରେ ବିଶିଷ୍ଟ ବ୍ୟକ୍ତିଙ୍କୁ ଗାର୍ଡ ଅଫ ଅନର ମଧ୍ୟ ପାରମ୍ପାରିକ ଭାବରେ ପ୍ରଦାନ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ସୁଖୁ କହିଛନ୍ତି ଯେ ଏହି ବ୍ୟବସ୍ଥାରେ ଅର୍ଥପୂର୍ଣ୍ଣ ଏବଂ ସକରାତ୍ମକ ପରିବର୍ତ୍ତନ ଆଣିବାକୁ ରାଜ୍ୟ ସରକାର ପ୍ରତିବଦ୍ଧ। ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ କହିଛନ୍ତି ଯେ ଏହି ନିଷ୍ପତ୍ତି ବିପର୍ଯ୍ୟୟ ପରିଚାଳନା ପାଇଁ ସମ୍ବଳର ଉପଯୁକ୍ତ ବ୍ୟବହାର ତଥା ପ୍ରଶାସନରେ ଔପଚାରିକତା ପରିବର୍ତ୍ତେ ସମ୍ବେଦନଶୀଳ ତଥା ପ୍ରଭାବଶାଳୀ କାର୍ଯ୍ୟ ସଂସ୍କୃତିର ଅନ୍ତର୍ଭୂକ୍ତ କରିବାକୁ ମଧ୍ୟ ସୂଚିତ କରିଛି।

Share