କଂଗ୍ରେସ ଉପରେ ବର୍ଷିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, କହିଲେ -ଏମିତି କ’ଣ ଘଟିଛି ଯେ…

ଭୁବନେଶ୍ୱର,୨୬।୩: ଓଡ଼ିଶାରେ ଭାଜପା ସରକାର କ୍ଷମତାକୁ ଆସିବା ପରଠାରୁ ମହିଳା ବିରୋଧୀ ଅପରାଧ ବଢ଼ିବାରେ ଲାଗିଥିବା ଅଭିଯୋଗ ଆଣି କଂଗ୍ରେସ ଗୃହ କମିଟି ଗଠନ ଦାବିରେ ଅଟଳ ରହିଛି। ଏହାକୁ ନେଇ ହଟ୍ଟଗୋଳ ଜାରି ରହିଥିବାରୁ ବାଚସ୍ପତି କଂଗ୍ରେସ ବିଧାୟକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନିଲମ୍ବିତ କରିଛନ୍ତି। ଏହାକୁ ନେଇ ରାଜ୍ୟ ରାଜନୀତି ସରଗରମ ରହିଥିବା ବେଳେ କଂଗ୍ରେସକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଟାର୍ଗେଟ କରିଛନ୍ତି।

ବୁଧବାର ପ୍ରତିକ୍ରିୟା ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପୋଲିସ କ’ଣ କାର୍ଯ୍ୟାନୁଷ୍ଠାନ ନେଇଛି, ତାଙ୍କ ପାଖରେ କହିବାକୁ ନାହିଁ। ଅଯଥା ଗୃହ କମିଟି ଦାବି କରୁଛନ୍ତି। ଏମତି କଣ ଘଟିଛି ଯେ ଗୃହ କମିଟି ଗଠନ କରାଯିବ। ସର୍ବଦଳୀୟ ବୈଠକରେ ବିଜେଡି ମଧ୍ୟ ପ୍ରଶ୍ନ କରିଛି ଆବଶ୍ୟକତା ନାହିଁ। ସାଢ଼େ ୪ କୋଟି ଓଡ଼ିଆଙ୍କ ଭାବାବେଗକୁ ନେଇ ଆଲୋଚନାକୁ ଆସନ୍ତୁ।

ସେହିଭଳି ସୁରକ୍ଷାକର୍ମୀ ବାଡାଇବା ଅଭିଯୋଗର ମଧ୍ୟ ଜବାବ ରଖି ସେ କହିଛନ୍ତି ,ସେମାନେ କେଉଁସ୍ତରର କର୍ମଚାରୀ ଯେ ବିଧାୟକଙ୍କୁ ବାଡାଇବେ। ମିଛ କହିବାର ଗୋଟିଏ ସୀମା ଅଛି, ପ୍ରଶ୍ନକାଳରେ ଭାଗ ନେଉ ନାହାନ୍ତି। ଏତେ ସମୟ ଧରି ଗୃହକୁ ଅଚଳ କରିବା ଅଧିକାର କିଏ ଦେଲା ବୋଲି ମୁଖ୍ୟମନ୍ତ୍ରୀ ପ୍ରଶ୍ନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଉତ୍କଳ ବିଶ୍ୱବିଦ୍ୟାଳୟ ହଷ୍ଟେଲ ଛାତରୁ ପଡ଼ି ଛାତ୍ର ମୃତ

ଉତ୍କଳ ବିଶ୍ୱବିଦ୍ୟାଳୟରେ ରବିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ବାଣୀବିହାର ମଧୁସୂଦନ ହଷ୍ଟେଲ ଛାତରୁ ପଡ଼ି ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତକଜଣଙ୍କ ଫିଲୋସୋଫି(ଦର୍ଶନ...

ଉତ୍କଳ ଦିବସ ୨୦୧୦ରୁ ଓଡ଼ିଶା ଦିବସ ହୋଇଗଲାଣି: ଜୟନାରାୟଣ

ଭୁବନେଶ୍ୱର,୩୦ା୩(ସୁନିତ୍‌ ମିଶ୍ର): ଉତ୍କଳ ଦିବସକୁ ନେଇ ଭାଜପା ବିଧାୟକ ଜୟନାରାୟଣ ମିଶ୍ର ବିବାଦୀୟ ବୟାନ ଦେଇଛନ୍ତି। ଶନିବାର ବିଧାନସଭା ବାହାରେ ସେ କହିଛନ୍ତି, ଆଉ ଉତ୍କଳ...

ଆସୁଛି କାଳବୈଶାଖୀ: ୬ଜିଲାରେ ଛେଚିବ

ଭୁବନେଶ୍ୱର,୩୦ା୩(ଅନୁରାଧା ମହାରଣା):ପାଣିପାଗକୁ ନେଇ ପୁଣି ବଡ଼ ଖବର । ପୁଣି ମିଳିବ ଆଶ୍ବସ୍ତି । ଭୁବନେଶ୍ବର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ କେନ୍ଦ୍ରର ଆକଳନ ଅନୁଯାୟୀ,...

ନବୀନଙ୍କୁ ଟାର୍ଗେଟ କଲେ ମୋହନ, କହିଲେ କାଗଜ ବାଘ…

ଭୁବନେଶ୍ୱର, ୩୦ା୩(ସୁନିତ୍‌ ମିଶ୍ର): ନାରୀ ନିର୍ଯାତନା ପ୍ରସଙ୍ଗରେ ବିରୋଧୀ ଯଦି ଆଲୋଚନା କରିବାକୁ ଚାହାନ୍ତି ତେବେ ଆସନ୍ତୁ, କିଛି ଅସୁବିଧା ନାହିଁ। କିନ୍ତୁ ତଥ୍ୟଭିତ୍ତିକ ଆଲୋଚନା...

ବହୁ ଚର୍ଚ୍ଚିତ ରମେଶ ସିଂ ହତ୍ୟା ମାମଲା: ଶାଶୁଙ୍କୁ ଆଜୀବନ କାରାଦଣ୍ଡ, ଜ୍ୱାଇଁ ଖଲାସ

ସୁନ୍ଦରଗଡ଼,୨୯ା୩(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଟାଉନଥାନା ଅନ୍ତର୍ଗତ ଭବାନୀପୁରରେ ୨୦୨୧ରେ ଘଟିଥିବା ବହୁ ଚର୍ଚ୍ଚିତ ରମେଶ ସିଂ ହତ୍ୟା ମାମଲାର ରାୟ ଶନିବାର ପ୍ରକାଶ ପାଇଛି।...

ଭୁବନେଶ୍ୱର ବାର୍‌ ଆସୋସିଏଶନ ନିର୍ବାଚନ: ଅଶୋକ ସଭାପତି

ଭୁବନେଶ୍ୱର,୨୯ା୩(ବନ୍ଦନା ସେଠୀ) ୨୦୨୫-୨୬ବର୍ଷ ପାଇଁ ଶନିବାର ଭୁବନେଶ୍ୱର ବାର ଆସୋସିଏଶନ ନିର୍ବାଚନ ଶାନ୍ତି ଶୃଙ୍ଖଳାର ସହ ସମାପ୍ତ ହୋଇଛି। ବାର୍‌ ଆସୋସିଏଶନ ସଭାପତି ପଦ ପାଇଁ...

କଂଗ୍ରେସ ଆନ୍ଦୋଳନ ସମୟରେ ପୋଲିସ କର୍ମଚାରୀଙ୍କ ଉପରେ ଆକ୍ରମଣ ଘଟଣା: ଜଣେ ଗିରଫ 

ଭୁବନେଶ୍ୱର,୨୯।୩: କଂଗ୍ରେସର ‘ବିଧାନସଭା ଘେରାଓ’ କାର୍ଯ୍ୟକ୍ରମ ସମୟରେ ପୋଲିସ କର୍ମଚାରୀଙ୍କ ଉପରେ ଆକ୍ରମଣ ଘଟଣାରେ ଜଣେ ୨୯ ବର୍ଷୀୟ ଯୁବକଙ୍କୁ ଗିରଫ କରାଯାଇଛି।ସେ ହେଲେ ଭୁବନେଶ୍ୱର...

ଜଣାପଡିଲା ସୁଜାତାଙ୍କ VRS ପଛର କାରଣ! କହିଦେଲେ ବିଜେଡି ନେତା

ଭୁବନେଶ୍ୱର,୨୯।୩: IAS ସୁଜାତା କାର୍ତ୍ତିକେୟନଙ୍କ ସ୍ବେଚ୍ଛାକୃତ ଅବସରକୁ ନେଇ ରାଜନୀତିରେ ଚର୍ଚ୍ଚା ଜୋର ଧରିଛି। ୨୦୦୦ ବ୍ୟାଚର ଏହି ଆଇଏଏସ ଅଧିକାରୀ କେନ୍ଦ୍ର ସରକାରଙ୍କ ଅନୁମୋଦନ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image