ଆଜି ମାଟ୍ରିକ ପରୀକ୍ଷା ନେଇ ମୁଖ୍ୟମନ୍ତ୍ରୀ କରିବେ ଗୁରୁତ୍ୱପୂର୍ଣ୍ଣ ଘୋଷଣା, କରୋନାକୁ ନେଇ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର,୧୫।୪(ବ୍ୟୁରୋ): ସିବିଆଇ ଦଶମ ପରୀକ୍ଷା ବାତିଲ ହେବା ପରେ ଏବେ ମାଟ୍ରିକ ଉପରେ ନଜର ରହିଛି। ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ବଢ଼ୁଥିବାରୁ ଏନେଇ ଆଶଙ୍କା ସୃଷ୍ଟି ହୋଇଛି। ତେବେ ଏହି ପରିପ୍ରେକ୍ଷୀରେ ଗୁରୁବାର ଅପରାହ୍ନରେ ମାଟ୍ରିକ ପରୀକ୍ଷା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିପାରନ୍ତି। ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଏନେଇ ସୂଚନା ଦେଇଛନ୍ତି। ମେ’ ୩ ରୁ ମାଟ୍ରିକ୍‌ ପରୀକ୍ଷା ହେବାର ଥିବା ବେଳେ ଏଥିରେ କିଛି ପରିବର୍ତ୍ତନ ହୋଇପାରେ ବୋଲି ଅନୁମାନ କରାଯାଉଛି।

ସେହିଭଳି ଗୁରୁବାର ଅପରାହ୍ନ ୫ଟା ୩୦ରେ ମୁଖ୍ୟ ଶାସନ ସଚିବ କିଛି ଘୋଷଣା କରିପାରନ୍ତି। କରୋନା ସମ୍ପର୍କରେ କିଛି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିବା ସମ୍ଭାବନା ଥିବା ଜଣାପଡ଼ିଛି।

Share