Categories: ଜାତୀୟ

ହିମାଚଳରେ ବର୍ଷା ବିତ୍ପାତ: ରାଜ୍ୟ ବିପର୍ଯ୍ୟୟ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଶିମଲା,୧୮ା୮: ହିମାଚଳପ୍ରଦେଶରେ ପ୍ରବଳ ବର୍ଷା ଓ ଭୂସ୍ଖଳନ ଯୋଗୁ ମୃତ୍ୟୁସଂଖ୍ୟା ୭୨ରେ ପହଞ୍ଚିଛି। ଏପରିକି ପ୍ରଦେଶରେ ୧୦,୦୦୦ କୋଟି ଟଙ୍କା ମୂଲ୍ୟର କ୍ଷୟକ୍ଷତି ଘଟିଥିବା ସରକାରଙ୍କ ପକ୍ଷରୁ ଆକଳନ କରାଯାଇଛି। ଶିମଲା, ଗ୍ରୀଷ୍ମ ହିଲ, ଫାଗଲି ଏବଂ କୃଷ୍ଣନଗର ଜିଲାରେ ଭୂସ୍ଖଳନ ଏବଂ ପ୍ରବଳ ବର୍ଷା ହେତୁ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି। ଏଭଳିସ୍ଥତିରେ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ ରାଜ୍ୟ ବିପର୍ଯ୍ୟୟ ଘୋଷଣା ନେଇ ବିଜ୍ଞପ୍ତି ପ୍ରକାଶ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏପରିକି କ୍ଷୟକ୍ଷତିରୁ ଫେରିବା ପାଇଁ ପ୍ରଦେଶକୁ ୧ ବର୍ଷ ଲାଗିବ ବୋଲି ସେ କହିଛନ୍ତି। ମୁଖ୍ୟମନ୍ତ୍ରୀ ସୁଖବିନ୍ଦର କରିଛନ୍ତି ଯେ, ରାଜ୍ୟର କ୍ଷତି ପାଇଁ ସେ ବିହାରୀ ନିର୍ମାଣ ଶ୍ରମିକଙ୍କୁ ଦାୟୀ କରିଛନ୍ତି।

ଏହାକୁ ନେଇ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର କଂଗ୍ରେସକୁ ସମାଲୋଚନା କରିଛନ୍ତି। ହିମାଚଳ ପ୍ରଦେଶରେ ପ୍ରବଳ ବର୍ଷା ଯୋଗୁ ବ୍ୟାପକ କ୍ଷକ୍ଷୟତି ଘଟିଛି। ବିହାରର ଲୋକଙ୍କୁ ସେ ଅପମାନିତ କରିଥିବା ସେ କହିଛନ୍ତି। ଉଦ୍ଧାର କାର୍ଯ୍ୟର ପଞ୍ଚମ ଦିନରେ ଏନ୍‌ଡିଆର୍‌ଏଫ୍‌, ସେନା ଏବଂ ଏସ୍‌ଡିଆର୍‌ଏଫ୍‌ ସାମିଲ ହୋଇଛନ୍ତି।

Share