Categories: ଜାତୀୟ

ଫଡନବିଶଙ୍କୁ ଉଦ୍ଧବଙ୍କ ପ୍ରଶ୍ନ, ପାକିସ୍ତାନ ଉପରେ କେବେ ପଡିବ ବୋମା

ମୁମ୍ବାଇ,୧ ।୧୧: କ୍ରୁଜ ଡ୍ରଗ୍ସ ମାମଲାରେ ରାଜନୀତି ବେଳକୁ ବେଳ ସରଗରମ ହେଉଥିବା ବେଳେ ଏବେ ଏଥିରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଏଣ୍ଟ୍ରି ହୋଇଯାଇଛି । ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିଶ ଦୀପାବଳି ପରେ ବୋମା ଫୁଟାଇବା ଭଳି ବୟାନ ଦେଇଥିବା ବେଳେ ଏହାର ଜବାବରେ ଠାକରେ କହିଛନ୍ତି, କେତେଜଣ ଲୋକ କହୁଛନ୍ତି ଦୀପାବଳି ପରେ ବୋମା ଫୁଟିବ, ମୁଁ ଏହାକୁ ଅପେକ୍ଷା କରିଛି କି ପାକିସ୍ତାନରେ ତା’ହେଲେ କେବେ ବୋମା ଫୁଟୁଛି । ସୂଚନାଯୋଗ୍ୟ, ମହାରାଷ୍ଟ୍ର ସରକାରରେ ମନ୍ତ୍ରୀ ଥିବା ନୱାଜ ମଲିକ ଭାରତୀୟ ଜନତା ପାର୍ଟି(ଭାଜପା) ନେତା ତଥା ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫହନବିଶଙ୍କ ଉପରେ ଗୁରୁତର ଅଭିଯୋଗ ଆଣିଥିଲେ । ମଲିକ କହିଥିଲେ ମୁମ୍ବାଇ, ମହାରାଷ୍ଟ୍ର ଓ ଗୋଆରେ ହେଉଥିବା ଡ୍ରଗ୍ସ କାରବାର ସମ୍ପର୍କରେ ଫଡନବିଶଙ୍କୁ ସବୁ ଜଣା । ଏହା ପରେ ଫଡନବିଶ କହିଥିଲେ ନୱାବ ମଲିକ ଅଣ୍ଡରୱାଲର୍ଡଡ ସହ ସମ୍ବନ୍ଧ ରହିଛି, ଏହାର ପ୍ରମାଣ ମୁଁ ଗଣମାଧ୍ୟମକୁ ଦେବି । ଏବେ ଏହି ବୟାନକୁ ନେଇ ରାଜନୀତି ହେଲାଣି ସରଗରମ ।

Share