Categories: ଜାତୀୟ

ଅଜିତଙ୍କ ମୁଖ୍ୟମନ୍ତ୍ରୀ ସ୍ବପ୍ନ ପଡିପାରେ ଫିକା, ସିନ୍ଦେ ଦେବେନି ଇସ୍ତଫା!

ମୁମ୍ବାଇ,୬।୭: ମହାରାଷ୍ଟ୍ର ରାଜନୀତିରେ ଏନସିପି ଗୋଷ୍ଠୀର ଡବଲ ଡ୍ରାମା ଦେଖିବାକୁ ମିଳିଛି। ଗତ କାଲି ପର୍ଯ୍ୟନ୍ତ ଦୁଇ ଦଳ ନିଜ ସଂଖ୍ୟା ଗରିଷ୍ଠତାକୁ ନେଇ ଗଣମାଧ୍ୟମରେ ସଫେଇ ଦେଉଥିବାବେଳେ ଅଜିତ ପାଓ୍ବାର ସଂଖ୍ୟାଖେଳରେ ବାଜିମାତ କରିଛନ୍ତି। ବୁଧବାର ଅଜିତ ବୈଠକ ଡକାଇ ଶରଦଙ୍କୁ ଘେରିଥିବାବେଳେ ତାଙ୍କ ବୟସକୁ ନେଇ ଆକ୍ଷେପ କରିଥିଲେ। ଏବଂ ନିଜେ ମୁଖ୍ୟମନ୍ତ୍ରୀ ହେବା ନେଇ ଦୋହରାଇଥିଲେ।

ଏଣେ ଅଜିତଙ୍କ ଭାଜପା-ଶିବସେନା(ଶିନ୍ଦେ) ସରକାରକୁ ଏଣ୍ଟ୍ରି ନେଇ ଏକନାଥ ଶିନ୍ଦେ ନା ଖୁସ୍‌ ଥିବାବେଳେ ସେ ଇସ୍ତଫା ଦେବା ନେଇ ଚର୍ଚ୍ଚା ଧରିଛି। ଏସବୁ ଭିତରେ ତାଙ୍କ କ୍ୟାବିନେଟ ମନ୍ତ୍ରୀ ଶମ୍ଭୁରଜ ଦେଶାଇଙ୍କ ବୟାନ ସାମ୍ନାକୁ ଆସିଛି। ସେ କହିଛନ୍ତି, ଏକନାଥ ସିନ୍ଦେଙ୍କ ଇସ୍ତଫା ଦେବେ ନାହିଁ। ଆମ ସରକାରଙ୍କ ପାଖରେ ୨୦୦ରୁ ଅଧିକ ସିଟ୍‌ ଅଛି। ମୁଖ୍ୟମନ୍ତ୍ରୀ ସିନ୍ଦେଙ୍କ ଉପରେ ସମସ୍ତ ବିଧାୟକଙ୍କ ସମ୍ପୂର୍ଣ୍ଣ ବିଶ୍ୱାସ ରହିଛି। ଲୋକମାନେ କେବଳ ଗୁଜବ ପ୍ରଚାର କରୁଛନ୍ତି। ଏଥିରେ କୌଣସି ସତ୍ୟାସତ୍ୟ ନାହିଁ। ପାର୍ଟି ଭାଙ୍ଗିବାର ଝଟକାକୁ ବୋଧହୁଏ ଶରଦ ପାୱାର ସହ୍ୟ କରିପାରୁ ନାହାଁନ୍ତି, ତେଣୁ ସେ ଆମ ଉପରେ ଏପରି ମନ୍ତବ୍ୟ ଦେଉଛନ୍ତି। ତାଙ୍କା ବିବୃତ୍ତି ଆମ ଉପରେ କୌଣସି ପ୍ରଭାବ ପକାଇବ ନାହିଁ।

Share