Categories: ଜାତୀୟ

ତାଲିବାନକୁ ସମର୍ଥନ କରୁଥିବା ଲୋକଙ୍କଠାରୁ ଦୂରେଇ ରହିବା ଭଲ: ଯୋଗୀ ଆଦିତ୍ୟନାଥ

ଲକ୍ଷ୍ନୌ,୧୪ ।୧୧: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରବିବାର ଲକ୍ଷ୍ନୌରେ ଏକ ସମାଜିକ ସମ୍ମିଳନୀକୁ ଉଦବୋଧନ ଦେବା ଅବସରରେ କହିଛନ୍ତି, ୨୦ ବର୍ଷ ତଳେ ଆଫଗାନିସ୍ତାନରେ ତାଲିବାନ ବୁଦ୍ଧଙ୍କ ପ୍ରତିମାକୁ ଗୁଳିକରି ଉଡାଇ ଦେଇଥିଲା । କାରଣ ତାଲିବାନ ଭାରତର ଆତ୍ମାକୁ ଆଘାତ ଦେବାକୁ ଚାହୁଁଥିଲା । କିନ୍ତୁ ସେ ଭୁଲିଯାଇଥିଲା କି ସବୁ କ୍ରିୟାର ଏକ ପ୍ରତିକ୍ରିୟା ଥାଏ ବୋଲି । ପରେ ସେହି ତାଲିବାନ କିଭଳି ଦୁର୍ଦ୍ଦଶାର ସମ୍ମୁଖୀନ ହେଲା, ଆମେରିକା ଡ୍ରୋନ ମାଧ୍ୟମରେ ତାଲିବାନ ଉପରେ ଆକ୍ରମଣ କଲା । ଆଜିବି ଆମ ଦେଶରେ ଏମିତି କେତେଜଣ ଲୋକ ଅଛନ୍ତି ଯେଉଁମାନେ ତାଲିବାନକୁ ସମର୍ଥନ କରୁଛନ୍ତି । ତାଲିବାନକୁ ସମର୍ଥନ କରିବାର ଅର୍ଥ ମହିଳାଙ୍କୁ ଅସମ୍ମାନ କରିବା, ଭଗବାନ ବୁଦ୍ଧଙ୍କ ଅପମାନ କରିବା । ଏମିତି ଲୋକଙ୍କଠାରୁ ସତର୍କ ରହିବା ଜରୁରୀ । ସୂଚନାଯୋଗ୍ୟ, ଏବେ ତାଲିବାନ ଆଫଗାନିସ୍ତାନକୁ ନିଜ କବଜାକୁ ନେଇ ସେଠାରେ ଶାସନ କରୁଥିବା ବେଳେ ଆଫଗାନି ମହିଳାମାନଙ୍କ ଉପରେ ନାନା ଅତ୍ୟାଚାର କରି ଚାଲିଛି । ଏମିତିକି ଆଫଗାନବାସୀ ତାଲିବାନର କ୍ରୁର ବ୍ୟବହାରରେ ଅତିଷ୍ଠ ହାଇ ଅନେକେ ଦେଶ ଛାଡି ପଳାୟନ କରିଛନ୍ତି ।

Share