Categories: ଜାତୀୟ

ଦଙ୍ଗା କଲେ ସାତପିଢି ପର୍ଯ୍ୟନ୍ତ ଦେବେ ଜରିମାନା: ଯୋଗୀ

ଲକ୍ଷ୍ନୌ,୧୭ ।୧୦: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ରାଜ୍ୟରେ ଗତ ସାଢେ ୪ ବର୍ଷ ହେବ ଗୋଟିଏ ବି ଦଙ୍ଗା ହୋଇ ନାହିଁ । ପୂର୍ବରୁ ରାଜ୍ୟର ପରିଚୟ ଥିଲା ଦଙ୍ଗା, କାରଣ ସରକାର ଦଙ୍ଗାକାରୀଙ୍କୁ ପ୍ରଶ୍ରୟ ଦେଉଥିଲେ । ଦଙ୍ଗା ଯୋଗୁ ରାଜ୍ୟବାସୀ ଅସ୍ତବ୍ୟସ୍ତ ହୋଇ ପଡିଥିଲେ । ମିଛ ମାମଲା ସବୁ ରୁଜୁ କରାଯାଉଥିଲା । ଯେଉଁମାନେ ମୂର୍ତ୍ତି ଗଢୁଥିଲେ,ସେମାନଙ୍କ ମୂର୍ତ୍ତି ବିକ୍ରି ହେଉ ନ ଥିଲା, ଯେଉଁମାନେ ଦୀପ ତିଆରି କରୁଥିଲେ ତାକୁ ଭାଙ୍ଗି ଦିଆଯାଉଥିଲା । ପର୍ବ ପର୍ବାଣିକୁ ଅନ୍ଧାରକୁ ଠେଲି ଦିଆଯାଇଥିଲା । ହେଲେ ଗତ ସାଢେ ଚାରି ବର୍ଷରେ ଗୋଟିଏ ବି ଦଙ୍ଗା ଦେଖିବାକୁ ମିଳିନାହିଁ । କାରଣ ଭାରତୀୟ ଜନତା ପାର୍ଟି (ଭାଜପା) ସରକାର ପ୍ରଥମରୁ ହିଁ ବାର୍ତ୍ତା ଦେଇଥିଲା କି ଦଙ୍ଗା କଲେ ୭ ପିଢି ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡିବ । ତେଣୁ ଏବେ ଆଉ ରାଜ୍ୟରେ ଦଙ୍ଗା ନ ହୋଇ ବରଂ ଆନନ୍ଦ ଉଲ୍ଲାସର ସହ ପାଳନ କରାଯାଉଛି । ରବିବାର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଲକ୍ଷ୍ନୌରେ ଆୟୋଜିତ ଏକ ପଛୁଆ ବର୍ଗର ସମ୍ମିଳନୀରେ ଯୋଗ ଦେଇ ଏହା କହିଛନ୍ତି ।

Share