Categories: ଜାତୀୟ

ରାଜ୍ୟରେ ବଢ଼ିବ ନାହିଁ ବିଜୁଳି ଦର

ଲକ୍ଷ୍ନୌ,୨୯।୫: କରୋନା କାଳ ମଧ୍ୟରେ ଉତ୍ତରପ୍ରଦେଶ ରାଜ୍ୟବାସୀଙ୍କ ପାଇଁ ଏକ ବଡ଼ ଖୁସି ଖବର। ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂହଙ୍କ ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏକ ବଡ଼ ଘୋଷଣା କରିଛନ୍ତି। ଚଳିତ ବର୍ଷ ରାଜ୍ୟରେ ବିଜୁଳି ଦର ବୃଦ୍ଧି ହେବ ନାହିଁ। ସୂଚନାଯୋଗ୍ୟ, ଶନିବାର ବିଧାନସଭା ସ୍ଥିତ ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂହଙ୍କ ଜୟନ୍ତୀ ଅବସରରେ ଯୋଗୀ ଆଦିତ୍ୟନାଥ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ଏହି ଅବସରରେ ରାଜ୍ୟରେ ବିଜୁଳି ଦର ବୃଦ୍ଧି କରାଯିବ ନାହିଁ ବୋଲି ଯୋଗୀ ଘୋଷଣା କରିଛନ୍ତି। ଏଥିସହ ସେ କହିଛନ୍ତି, ଚୌଧୁରୀ ଚରଣ ସବୁବେଳେ କୃଷକଙ୍କ ଜୀବନ ପାଇଁ କାର୍ଯ୍ୟ କରୁଥିଲେ। ତାଙ୍କ ପଦର୍ଶିତ ପଥ ଅନୁସରଣ କରି ବର୍ତ୍ତମାନ ସରକାର ମଧ୍ୟ କୃଷକଙ୍କ ସ୍ବାର୍ଥରେ କାର୍ଯ୍ୟ କରୁଛନ୍ତି ବୋଲି ଯୋଗୀ ଆଦିତ୍ୟନାଥ କହିଛନ୍ତି।

Share