Categories: ଜାତୀୟ

ମୁଖ୍ୟମନ୍ତ୍ରୀଙ୍କୁ କଳା ପତାକା ଦେଖାଇଥିବା ଯୁବତୀଙ୍କୁ ଟିକେଟ୍‌ ଦେଲା ଏସପି

ଲକ୍ଷ୍ନୌ,୧।୨: ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଏସପି ମୁଖ୍ୟ ଅଖିଳେଶ ଯାଦବ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ବ୍ୟସ୍ତ ଅଛନ୍ତି। ଏହି କ୍ରମରେ ସମାଜବାଦୀ ପାର୍ଟି ମଙ୍ଗଳବାର ଲକ୍ଷ୍ନୌରେ ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ୬ ଜଣ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିବାବେଳେ ସମାଜବାଦୀ ପାର୍ଟି ଲକ୍ଷ୍ନୌର ଉତ୍ତର ବିଧାନସଭା ଆସନରୁ ପୂଜା ଶୁକ୍ଲାଙ୍କୁ ଟିକେଟ୍‌ ଦେଇଛି। ସମାଜବାଦୀ ପାର୍ଟିର ଫାୟାର୍‌ ବ୍ରାଣ୍ଡ ଯୁବ ନେତାମାନଙ୍କ ମଧ୍ୟରୁ ପୂଜା ଶୁକ୍ଲା ଅନ୍ୟତମ। ସମାଜବାଦୀ ପାର୍ଟି ପକ୍ଷରୁ ବର୍ତ୍ତମାନର ସରକାର ବିରୋଧରେ ପ୍ରତିବାଦରେ ପୂଜା ସକ୍ରିୟ ଭାବେ ଅଂଶଗ୍ରହଣ କରିଛନ୍ତି। ଏଥିପାଇଁ ତାଙ୍କୁ ଜେଲ ମଧ୍ୟ ଯିବାକୁ ପଡିଛି। ଲକ୍ଷ୍ନୌ ବିଶ୍ୱବିଦ୍ୟାଳୟର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ପୂଜା କଳା ପତାକା ଦେଖାଇଥିଲେ। ଏହି କାରଣରୁ ପୂଜାଙ୍କୁ ଜେଲ୍‌ ମଧ୍ୟ ଯିବାକୁ ପଡିଥିଲା। ଏହା ପରେ ସେ ଚର୍ଚ୍ଚାରେ ଥିଲେ।

Share