Categories: ଜାତୀୟ

ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ କଲେ ଯୋଗୀ: ୭ ଜଣଙ୍କୁ ମିଳିଲା ମନ୍ତ୍ରୀ ପଦ

ପ୍ରାୟ ଚାରିମାସ ପରେ ୟୁପିରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି କ୍ୟାବିନେଟକୁ ସମ୍ପ୍ରସାରିତ କରାଯାଇଛି। କଂଗ୍ରେସରୁ ଭାଜପାରେ ଯୋଗ ଦେଇଥିବା ଜିତିନ ପ୍ରସାଦଙ୍କ ସମେତ ୭ ଜଣ ନେତା କ୍ୟାବିନେଟ୍‌ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିବା ବ୍ୟକ୍ତିଙ୍କ ମଧ୍ୟରେ ଜିତିନ ପ୍ରସାଦ, ପାଲଟୁ ରାମ, ସଞ୍ଜୀବ କୁମାର, ସଂଗୀତ ବିନ୍ଦ, ଦୀନେଶ ଖଟିକ, ଧର୍ମବର ପ୍ରଜାପତି ଏବଂ ଛତ୍ରପାଲ ଗାଙ୍ଗୱାର ଅଛନ୍ତି। ସମସ୍ତଙ୍କୁ ରାଜ୍ୟପାଳ ଆନନ୍ଦିବେନ ପଟେଲ ଗୋପନୀୟତାର ଶପଥ ପାଠ କରାଇଥିଲେ।
କ୍ୟାବିନେଟର ସମ୍ପ୍ରସାରଣ ସମ୍ପର୍କରେ ଏସପି ସଭାପତି ଅଖିଳେଶ ଯାଦବ କହିଛନ୍ତି ଯେ, ଉତ୍ତରପ୍ରଦେଶର ଭାଜପା ସରକାରଙ୍କ କ୍ୟାବିନେଟ ବିସ୍ତାର ମଧ୍ୟ ଏକ ପ୍ରତାରଣା। ସାଢେ ଚାରି ବର୍ଷ ଧରି ଯେଉଁମାନଙ୍କ ହକ୍‌ ମାରିଛନ୍ତି, ସେମାନଙ୍କୁ ପ୍ରତିନିଧିତ୍ୱ କରିବା ପାଇଁ ଆଜି ଏକ ନାଟକ ନିର୍ମାଣ କରାଯାଉଛି ବୋଲି ସେ କହିଛନ୍ତି।

Share