Categories: ଜାତୀୟ

ଇସ୍ରୋ ସୁବର୍ଣ୍ଣ ଇତିହାସ ସୃଷ୍ଟି କରିବାକୁ ଯାଉଛି: ଯୋଗୀ

ଲକ୍ଷ୍ନୌ, ୧୪।୭: ଦେଶର ତୃତୀୟ ଚନ୍ଦ୍ର ମିଶନ ଚନ୍ଦ୍ରୟାନ-୩ର ପରୀକ୍ଷଣ ପାଇଁ ଗଣନା ଆରମ୍ଭ ହୋଇଛି। ଚନ୍ଦ୍ରୟାନ-୩ ଆଜି ଅର୍ଥାତ୍‌ ଶୁକ୍ରବାର ଶ୍ରୀହାରିକୋଟାସ୍ଥିତ କେନ୍ଦ୍ରରୁ ଲଞ୍ଚ ହେବ। ଦେଶ ପାଇଁ ଏହା ଅତ୍ୟନ୍ତ ଗର୍ବର ସମୟ। ଚନ୍ଦ୍ରୟାନ-୩ ଲଞ୍ଚ ସଂପର୍କରେ ବିଶ୍ୱର ଆଖି ଭାରତ ଉପରେ ରହିଛି। ଏହି ଅବସରରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି। ସିଏମ ଯୋଗୀ କହିଛନ୍ତି, ଇସ୍ରୋ ଏକ ସୁବର୍ଣ୍ଣ ଇତିହାସ ସୃଷ୍ଟି କରିବାକୁ ଯାଉଛି।

Share