Categories: ଜାତୀୟ

ୟୁପିରେ ମନ୍ତ୍ରୀଙ୍କ ବିଭାଗ ବଣ୍ଟନ: ବ୍ରଜେଶଙ୍କୁ ମିଳିଲା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ

ଲକ୍ଷ୍ନୌ,୨୮।୩: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କ୍ଷମତା ସମ୍ଭାଳିବା ପରେ ସୋମବାର ମନ୍ତ୍ରୀଙ୍କ ବିଭାଗଗୁଡ଼ିକୁ ବଣ୍ଟନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ ନିଜ ପାଖରେ ରାଜସ୍ବ, ଗୃହ ଓ ସୂଚନା ଭଳି ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରଣାଳୟ ରଖିଥିବା ବେଳେ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟଙ୍କୁ ଗ୍ରାମାଞ୍ଚଳ ବିକାଶ ସମେତ ୬ଟି ମନ୍ତ୍ରଣାଳୟର ଦାୟିତ୍ୱ ଦିଆଯାଇଛି। ସେହିପରି ଉପମୁଖ୍ୟମନ୍ତ୍ରୀ ବ୍ରଜେଶ ପାଠକଙ୍କୁ ଯୋଗୀ ଆଦିତ୍ୟନାଥ ସ୍ବାସ୍ଥ୍ୟ ଏବଂ ଚିକିତ୍ସା ଭଳି ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରଣାଳୟର ଦାୟିତ୍ୱ ଦେଇଛନ୍ତି। ଏତଦ୍‌ ବ୍ୟତୀତ ସ୍ବତନ୍ତ୍ର ଦେବ ସିଂଙ୍କୁ ଜଳ ଶକ୍ତି ମନ୍ତ୍ରୀ କରାଯାଇଛି। ସେହିପରି ଚୌଧୁରୀ ଲକ୍ଷ୍ମୀ ନାରାୟଣଙ୍କୁ ଆଖୁ ବିକାଶ ମନ୍ତ୍ରୀ, ବେବି ରାନୀ ମୌର୍ଯ୍ୟଙ୍କୁ ମହିଳା କଲ୍ୟାଣ ମନ୍ତ୍ରଣାଳୟ, ଜିତିନ ପ୍ରସାଦଙ୍କୁ ପିଡବ୍ଲ୍ୟୁଡି ଦିଆଯାଇଛି। ସେହିଭଳି ଧର୍ମାପାଲ ସିଂହଙ୍କୁ ପଶୁପାଳନ ଓ କ୍ଷୀର ବିକାଶ, ଏକେ ଶର୍ମାଙ୍କୁ ସହରର ବିକାଶ ସହିତ ଅତିରିକ୍ତ ଶକ୍ତି ବିଭାଗ, ନୀତିନ ଅଗ୍ରଓ୍ବାଲଙ୍କୁ ଅବକାରୀ ବିଭାଗ, କପିଲଦେବ ଅଗ୍ରଓ୍ବାଲଙ୍କୁ ଧନ୍ଦାମୂଳକ ଶିକ୍ଷା ବିଭାଗ, ଦୟାଶଙ୍କରଙ୍କୁ ପରିବହନ ବିଭାଗ, ଆଶିଷ ପଟେଲଙ୍କୁ ବୈଷେୟିକ ବିଭାଗ, ସଞ୍ଜୟ ନିଶାଦଙ୍କୁ ମତ୍ସ୍ୟଜୀବୀ ବିଭାଗ, ସୁରେଶ ଖନ୍ନାଙ୍କୁ ଅର୍ଥ ଓ ସଂସଦୀୟ ବିଭାଗ, ଜୟବୀର ସିଂଙ୍କୁ ପର୍ଯ୍ୟଟନ ବିଭାଗ ଓ ଯୋଗେନ୍ଦ୍ର ଉପାଧ୍ୟାୟଙ୍କୁ ଉଚ୍ଚ ଶିକ୍ଷା ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା ବିଭାଗ ଓ ଗୁଲାବ ଦେବୀଙ୍କୁ ମାଧ୍ୟମିକ ଶିକ୍ଷା ବିଭାଗର ଦାୟିତ୍ୱ ଦିଆଯାଇଛି।

Share