Categories: ଜାତୀୟ

ମଦୁରାଇ ଟ୍ରେନ ଦୁର୍ଘଟଣାରେ ଦୁଃଖ ପ୍ରକାଶ କଲେ ଯୋଗୀ ଆଦିତ୍ୟନାଥ, ଜାରି ହେଲା ଟୋଲ ଫ୍ରି ନମ୍ବର, ବଢୁଛି ମୃତାହତଙ୍କ ସଂଖ୍ୟା

ମଦୁରାଇ,୨୬।୮: ମଦୁରାଇ ଟ୍ରେନ ଦୁର୍ଘଟଣାକୁ ନେଇ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗଭିର ଦୁଃଖ ପ୍ରକାଶ କରିଛନ୍ତି। ମଦୁରାଇ ଟ୍ରେନ ଦୁର୍ଘଟଣା ଅତ୍ୟନ୍ତ ଦୁଃଖଦ ଓ ହୃଦୟ ବିଦାରକ ବୋଲି କହିବା ସହ ଯୋଗୀ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି।

ଏଥିସହିତ ଦୁର୍ଘଟଣାରେ ଆହତଙ୍କୁ ଉପଯୁକ୍ତ ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ସେ ଆହତମାନଙ୍କ ଶୀଘ୍ର ସୁସ୍ଥ ହେବା ପାଇଁ କାମନା କରିଥିଲେ ଏବଂ ତାଙ୍କ ନିର୍ଦ୍ଦେଶରେ ମୁଖ୍ୟ ଶାସନ ସଚିବ ଗୃହ ବିଭାଗଙ୍କୁ ଏହି ଦୁର୍ଘଟଣାର ଯାଞ୍ଚ ନିର୍ଦ୍ଦେଶ ଦେଇଛନ୍ତି। ଏଥି ସହିତ, ୟୁପି ଲୋକଙ୍କ ଉପଯୁକ୍ତ ଚିକିତ୍ସା ପାଇଁ ସ୍ଥାନୀୟ ଅଧିକାରୀ ତଥା ରେଳ ଅଧିକାରୀଙ୍କ ସହ ସମନ୍ବୟ ରକ୍ଷା କରିବାକୁ ଯୋଗୀ ନିର୍ଦ୍ଦେଶ ଦେଇଛନ୍ତି।

ମଦୁରାଇ ଦୁର୍ଘଟଣା ସମ୍ପର୍କରେ ଉତ୍ତର ପ୍ରଦେଶ ସରକାର ମଧ୍ୟ ଟୋଲ ଫ୍ରି ନମ୍ବର ଜାରି କରିଛନ୍ତି। ନମ୍ବରଟି ହେଲା ୧୦୭୦। ଏବେ ପର୍ଯ୍ୟନ୍ତ ଏହି ଟ୍ରେନ ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ୯ରେ ପହଞ୍ଚିଥିବା ବେଳେ ୫୦ ଜଣ ଆହତ ହୋଇଥିବା ଜଣାପଡିଛି।

Share