Categories: ଜାତୀୟ

ଗ୍ୟାଙ୍ଗଷ୍ଟର ଅତିକଙ୍କଠାରୁ ଜବତ ହୋଇଥିବା ଜମି ଉପରେ ନିର୍ମିତ ୭୬ ଫ୍ଲାଟର ଚାବି ହସ୍ତାନ୍ତର କଲେ ଯୋଗୀ

ଲକ୍ଷ୍ନୌ,୩୦।୬: ପ୍ରୟାଗରାଜରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ହିତାଧିକାରୀଙ୍କୁ ୭୬ ଫ୍ଲାଟର ଚାବି ହସ୍ତାନ୍ତର କରିଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ ଶୁକ୍ରବାର ସକାଳେ ପ୍ରୟାଗରାଜରେ ପହଞ୍ଚିଥିଲେ। ପ୍ରଥମେ ସେ ଗ୍ୟାଙ୍ଗଷ୍ଟର ଅତିକ ଅହମ୍ମଦଙ୍କଠାରୁ ଜବତ ହୋଇଥିବା ଜମିରେ ନିର୍ମିତ ଫ୍ଲାଟକୁ ଯାଞ୍ଚ କରିଥିଲେ। ଏହା ପରେ ଯୋଗୀ ଆଦିତ୍ୟନାଥ ଉଦ୍‌ଘାଟନ କରି ହିତାଧିକାରୀଙ୍କୁ ଚାବି ହସ୍ତାନ୍ତର କରିଛନ୍ତି।

ନିହତ ଗ୍ୟାଙ୍ଗଷ୍ଟର ଅତିକ ଅହମ୍ମଦଙ୍କ ନିକଟରୁ ଜବତ ହୋଇଥିବା ଜମିରେ ନିର୍ମାଣ ହୋଇଥିବା ପ୍ରୟାଗରାଜରେ ଗରିବଙ୍କ ପାଇଁ ଫ୍ଲାଟ ଉଦ୍‌ଘାଟନ କରିଥିଲେ। ଏହି ସମୟରେ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଏବଂ ମନ୍ତ୍ରୀ ନନ୍ଦ ଗୋପାଳ ଗୁପ୍ତା ନନ୍ଦୀ ମଧ୍ୟ ଯୋଗୀଙ୍କ ସହ ଉପସ୍ଥିତ ଥିଲେ। ଏହା ବ୍ୟତୀତ ଭାଜପା ବିଧାୟକ ସିଦ୍ଧାର୍ଥ ନାଥ ସିଂ, ଫୁଲପୁର ଏମ୍‌ପି କେଶରୀ ଦେବୀ ପଟେଲ, ଏମ୍‌ପି ରୀତା ବହୁଗୁଣା ଯୋଶୀ ଏବଂ ଅନ୍ୟମାନେ ଉପସ୍ଥିତ ରହିଥିଲେ।

Share