Categories: ଜାତୀୟ

ଆକ୍ସନ ମୁଡରେ ଯୋଗୀ

ଲକ୍ଷ୍ନୌ,୨୬ ।୩: ଚଳିତ ବିଧାନସଭା ନିର୍ବାଚରେ ବହୁମାତ୍ରାରେ ଭୋଟ ପାଇ ବିଜୟ ଲାଭ କରିବା ପରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ଦ୍ୱିତୀୟଥର ଲାଗି ଯୋଗୀ ଆଦିତ୍ୟନାଥ ଶୁକ୍ରବାର ଶପଥ ଗ୍ରହଣ କରିଛନ୍ତି । ଲକ୍ଷ୍ନୌର ଅଟଳ ବିହାରି ବାଜପେୟୀ ଇକାନା ଷ୍ଟାଡିୟମରେ ଏକ ଐତିହାସିକ ଶପଥ ଗ୍ରହଣ ଉତ୍ସବରେ ଯୋଗୀ ଓ ତାଙ୍କ ମନ୍ତ୍ରୀମଣ୍ଡଳ ଶପଥ ନେଇଛନ୍ତି । ତେବେ ଶପଥ ଗ୍ରହଣ ଉତ୍ସବ ସରୁ ସରୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏକ କ୍ୟାବିନଟ ବୈଠକ ଡାକିଥିଲେ । ଅବଶ୍ୟ ଏହି ବୈଠକରେ ସେମିତି କିଛି ନିଷ୍ପତ୍ତି ନିଆଯାଇ ନାହିଁ । ଏହି ବୈଠକରେ କେବଳ ମନ୍ତ୍ରୀମାନଙ୍କର ପରିଚୟ ହୋଇଛି । ଶନିବାର ସକାଳ ୧୦ଟାରେ ଯୋଗୀ ସରକାର ୨.୦ର କ୍ୟାବିନେଟ ବୈଠକ ଅନୁଷ୍ଠିତ ହେବ । ଅନୁମାନ କରାଯାଉଛି କି ଏହି ବୈଠକ ପରେ ସରକାର କିଛି ବଡ ନିଷ୍ପତ୍ତି ନେଇ ପାରନ୍ତି । ଏହାପରେ ସାଢେ ୧୧ଟାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରିବସ୍ତରର ଉର୍ଦ୍ଧ୍ୱରେ ଅଧିକାରୀଙ୍କ ସହ ଯୋଜନା ଭବନରେ ବୈଠକ କରିବେ ।

Share