Categories: ଜାତୀୟ

ଅନ୍ତ ହେଲା ୫ଶହ ବର୍ଷର ଅପେକ୍ଷା: ରାମ ମନ୍ଦିର ଗର୍ଭଗୃହର ଶିଳାନ୍ୟାସ କଲେ ଯୋଗୀ

ଆଯୋଧ୍ୟା,୧।୬: ଉତ୍ତରପ୍ରଦେଶର ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଦ୍ରୁତଗତିରେ ଚାଲିଛି। ବୁଧବାର ଆଯୋଧ୍ୟାବାସୀଙ୍କ ପାଇଁ ଏକ ଐତିହାସିକ ଦିନ ହୋଇଥିବା ୫ଶହ ବର୍ଷର ଅପେକ୍ଷାର ଅନ୍ତ ଘଟିଛି। ଶେଷରେ ରାମ ମନ୍ଦିରର ଗର୍ଭଗୃହର ଶିଳାନ୍ୟାସ ହୋଇଛି। ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାମ ମନ୍ଦିରର ଗର୍ଭଗୃହର ଶିଳାନ୍ୟାସ କରିଛନ୍ତି। ଏହାପୂର୍ବରୁ ଯୋଗୀ ଆଦିତ୍ୟନାଥ ବିଧିପୂର୍ବକ ପୂଜାରେ ସାମିଲ ହେବା ପରେ ଗର୍ଭଗୃହ ନିର୍ମାଣ ପାଇଁ ପ୍ରଥମ ପଥର ସ୍ଥାପନ କରିଥିଲେ। ଏହି କାର୍ଯ୍ୟକ୍ରମରେ ସାମିଲ ହେବା ପରେ ଯୋଗୀ କହିଛନ୍ତି, ରାମ ମନ୍ଦିର ଭାରତର ଏକ ରାଷ୍ଟ୍ର ମନ୍ଦିର ହେବ। ଏହାର ଶିଳାନ୍ୟାସ କରିବା ତାଙ୍କ ପାଇଁ ଏକ ସୌଭାଗ୍ୟର କଥା। ବର୍ତ୍ତମାନଠାରୁ ନିର୍ମାଣ କାର୍ଯ୍ୟ ଆହୁରି ଦ୍ରୁତଗତିରେ ଆଗେଇ ଚାଲିବ ବୋଲି ସେ କହିଛନ୍ତି। ଏହାପରେ ମୁଖ୍ୟମନ୍ତ୍ରୀ ନିର୍ମାଣ ସ୍ଥଳ ନିକଟରେ ଦ୍ରାବିଡ ଶୈଳୀରେ ତିଆରି ହୋଇଥିବା ମନ୍ଦିର ପରିସରରେ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ସାମିଲ ହେବେ।

Share