Categories: ଜାତୀୟ

ଗରିବଙ୍କ ଝୁମ୍ପୁଡି, ଦୋକାନରେ ବୁଲଡୋଜର ଚଲାଇବା ମନା

ଲକ୍ଷ୍ନୌ,୮।୪: ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କୌଣସି ଗରିବଙ୍କ ଝୁମ୍ପୁଡି ଏବଂ ଦୋକାନରେ ବୁଲଡୋଜର ନ ଚଳାଇବାକୁ ଅଧିକାରୀମାନଙ୍କୁ କଡା ନିର୍ଦ୍ଦେଶ ଦେଇଛନ୍ତି। କେବଳ ବୃତ୍ତିଗତ ମାଫିଆ, କଠୋର ଅପରାଧୀ ଏବଂ ମାଫିଆଙ୍କ ବେଆଇନ ସମ୍ପତ୍ତି ଉପରେ ବୁଲଡୋଜର ଚଲାଇବାକୁ କହିଛନ୍ତି। କେବଳ ଦୁର୍ବଳ ତଥା ବ୍ୟବସାୟୀଙ୍କ ସମ୍ପତ୍ତି ବେଆଇନ ଭାବେ ଦଖଲ କରିଥିବା ମାଫିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ। କାହାକୁ ହଇରାଣ କର ନାହିଁ ମୁଖ୍ୟମନ୍ତ୍ରୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ଗୁରୁବାର ଏଲଡିଏର କାର୍ଯ୍ୟନିର୍ବାହୀ ଦଳ ବେଆଇନ ହାଉସିଂ ସୋସାଇଟି ମୁନ୍‌ ସିଟି ଉପରେ ବୁଲଡୋଜର୍‌ ଚଢାଇ ଏହାକୁ ଭାଙ୍ଗି ଦେଇଛନ୍ତି। ଏହା ସହିତ ଅନ୍ୟ ଦୁଇଟି ଅଞ୍ଚଳରେ ବେଆଇନ ନିର୍ମାଣ ବିରୋଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯାଇଥିଲା। ଗତ ନିର୍ବାଚନ ସମୟରେ ମାଫିଆଙ୍କୁ ରାଜ୍ୟରୁ ହଟାଇବା ପାଇଁ କଡ଼ା ପଦକ୍ଷେପ ନିଆଯିବ ବୋଲି ଯୋଗୀ ସରକାର ଲୋକଙ୍କୁ ପ୍ରତଶ୍ରୁତି ଦେଇଥିଲେ।

Share