Categories: ଜାତୀୟ

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପାଳିତ କୁକୁରକୁ ନେଇ ଚର୍ଚ୍ଚା

ସୋସିଆଲ ମିଡିଆରେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ କୁକୁର ‘ଗୁଲ୍ଲୁ’ର ଫଟୋ ଭାଇରାଲ ହେବାରେ ଲାଗିଛି। ନିକଟରେ ଗୋରଖନାଥ ମନ୍ଦିରରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥନା କରିଥିଲେ ଏବଂ ସେ ବାହାରକୁ ଆସିବା ପରେ କଳା ଲାବ୍ରାଡୋର କୁକୁର ‘ଗୁଲ୍ଲୁ’ ତାଙ୍କୁ ଅଭିବାଦନ କରିବାକୁ ଦୌଡିଥିଲା। ଏହା ଦେଖି ମୁଖ୍ୟମନ୍ତ୍ରୀ କୁକୁରକୁ ବିସ୍କୁଟ ଖାଇବାକୁ ଦେଇଥିଲା। ମନ୍ଦିର ପରିସରରେ ଥିବା ସୂତ୍ରରୁ ପ୍ରକାଶ ଯେ, ଯୋଗୀ ଆଦିତ୍ୟନାଥ ‘ଗୁଲ୍ଲୁ’କୁ ବହୁତ ଭଲ ପାଆନ୍ତି ଏବଂ ଯେତେବେଳେ ସେ ମନ୍ଦିର ପରିଦର୍ଶନ କରନ୍ତି, ସେତେବେଳେ ‘ଗୁଲ୍ଲୁ’ସର୍ବଦା ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଯାଏ। ଏହାପୂର୍ବରୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କର କାଲୁ ନାମକ ଏକ କଳା କୁକୁର ଥିଲା। ଡିସେମ୍ବର ୨୦୧୬ରେ କାଲୁକୁ ଗୋରକ୍ଷ ମନ୍ଦିରକୁ ଅଣାଯାଇଥିଲା ଏବଂ ଏହାର ତିନି ମାସ ପରେ ଅର୍ଥାତ୍‌ ମାର୍ଚ୍ଚ ୨୦୧୭ରେ ଯୋଗୀ ଆଦିତ୍ୟନାଥ ମୁଖ୍ୟମନ୍ତ୍ରୀ ହୋଇଥିଲେ। ଯୋଗୀଙ୍କ ପୂର୍ବରୁ ରାଜା ବାବୁ ନାମକ ଏକ କୁକୁର ଥିଲା, ଯାହାର ମୃତ୍ୟୁ ହୋଇଥିଲା।

Share