Categories: ଜାତୀୟ

ଜ୍ଞାନବାପିକୁ ମସଜିଦ କହିଲେ ତ ବିବାଦ ହେବ: ଯୋଗୀ

ଲକ୍ଷ୍ନୌ,୩୧।୭: ଜ୍ଞାନବାପିର ଏଏସ୍‌ଆଇ ସର୍ଭେ ସମ୍ପର୍କରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଏକ ବଡ଼ ବିବୃତ୍ତି ସାମ୍ନାକୁ ଆସିଛି। ମୁଖ୍ୟମନ୍ତ୍ରୀ ଯୋଗୀ କହିଛନ୍ତି, ଯଦି ଜ୍ଞାନବାପିକୁ ମସଜିଦ କୁହାଯାଏ, ତେବେ ଏହା ଉପରେ ବିବାଦ ଦେଖାଦେବ। ସେ କହିଛନ୍ତି , ଏହି ପ୍ରସଙ୍ଗରେ ମୁସଲମାନ ପକ୍ଷ ଦ୍ୱାରା ଏକ ଐତିହାସିକ ଭୁଲ ହୋଇଛି, ମୁଁ ଭାବୁଛି ଏହି ପ୍ରସ୍ତାବ ମୁସଲମାନ ସମ୍ପ୍ରଦାୟରୁ ଆସିବା ଉଚିତ୍‌।

ଯୋଗୀ ଆଦିତ୍ୟନାଥ ଏହି ପ୍ରସଙ୍ଗରେ ଏକ ଅସ୍ପଷ୍ଟ ଉତ୍ତର ଦେଇ କହିଛନ୍ତି, ଯଦି ଆମେ ଏହାକୁ ମସଜିଦ ବୋଲି କହିବା, ତେବେ ବିବାଦ ଦେଖାଦେବ। ଜ୍ଞାନବାପି ଭିତରେ ଭଗବାନଙ୍କ ମୂର୍ତ୍ତି ଅଛି, ହିନ୍ଦୁମାନେ ଏହି ପ୍ରତିମାଗୁଡ଼ିକୁ ରଖିନାହାଁନ୍ତି। ପ୍ରଶ୍ନ ଉଠାଇ ସେ କହିଛନ୍ତି, ମସଜିଦ ଭିତରେ ତ୍ରିଶୁଲ କଣ କରୁଛି। ଜ୍ଞାନବାପିରେ ଜ୍ୟୋର୍ତିଲିଙ୍ଗ ଅଛନ୍ତି, ଭଗବାନଙ୍କ ମୂର୍ତ୍ତି ଅଛି। ସରକାର ଏହାର ସମାଧାନ କରିବାକୁ ଚେଷ୍ଟା କରୁଛନ୍ତି, ଆମେ ଏହାର ସମାଧାନ ଚାହୁଁଛୁ। “

Share