ଲକ୍ଷ୍ନୌ,୨୫।୪: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ପୁଣି ହତ୍ୟା ଧମକ। ପାଇଛନ୍ତି। ଏକ ଅଜଣା ବ୍ୟକ୍ତି ୧୧୨ ନମ୍ବରରେ ମେସେଜ କରି ଏହି ଧମକ ଦେଇଛନ୍ତି, ଯାହା ପରେ ଉତ୍ତେଜନା ଦେଖାଦେଇଛି। ମୁଖ୍ୟମନ୍ତ୍ରୀଙ୍କୁ ଧମକ ମିଳିବା ପରେ ସୁରକ୍ଷା ଏଜେନ୍ସିମାନଙ୍କୁ ସତର୍କ କରାଯାଇଛି ଏବଂ ଏହାର ତଦନ୍ତ ଆରମ୍ଭ ହୋଇଛି। ଏହାକୁ ନେଇ ସୁଶାନ୍ତ ଗୋଲ୍ଫ ସିଟି ପୋଲିସ ଷ୍ଟେଶନ ଅଞ୍ଚଳରେ ଜଣେ ଅଜଣା ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଧାରା ୫୦୬ଏବଂ ୫୦୭ ଆଇପିସି ଏବଂ ୬୬ ଆଇଟି ଆକ୍ଟ ଅନୁଯାୟୀ ପୋଲିସ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରିଛି।
ଖବର ଅନୁଯାୟୀ, ଏପ୍ରିଲ ୨୩ ରାତିରେ ୧୧୨ ନମ୍ବରରେ ଏକ ମେସେଜ ଆସିଥିଲା। ଯେଉଁଥିରେ ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ହତ୍ୟା ଧମକ ଦିଆଯାଇଥିବା ଜଣେ ଅଧିକାରୀ ଦେଖିଥିଲେ। ଏହା ପରେ ସେ ଏହି ମେସେଜର ସ୍କ୍ରିନ ସଟ ନେଇ ତୁରନ୍ତ ବରିଷ୍ଠ ଅଧିକାରୀଙ୍କୁ ଏହା ବିଷୟରେ ଜଣାଇଲେ। ଏହି ମାମଲାରେ ବର୍ତ୍ତମାନ ଲକ୍ଷ୍ନୌରର ସୁଶାନ୍ତ ଗୋଲ୍ଫ ସିଟି ପୋଲିସ ଷ୍ଟେଶନରେ ଏକ ମାମଲା ରୁଜୁ ହୋଇଛି। ଏହି ଧମକ ଦେଉଥିବା ବ୍ୟକ୍ତଙ୍କୁ ପୋଲିସ କୋଜିବା ସହ ତଦନ୍ତ ଆରମ୍ଭ କରିଛି।
ଏହା ପ୍ରଥମ ଘଟଣା ନୁହେଁ ଯେ ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ଏହିପରି ଧମକ ଦିଆଯାଉଛି, ଯୋଗୀ ସରକାରଙ୍କ କଠୋର ପଦକ୍ଷେପ ଯୋଗୁ ତାଙ୍କୁ ଅନେକ ଥର ଧମକ ଦିଆଯାଇଛି। ଏପରିକି ଏକ ସପ୍ତାହ ପୂର୍ବରୁ ଫେସବୁକ ମାଧ୍ୟମରେ ତାଙ୍କୁ ହତ୍ୟା ଧମକ ଦିଆଯାଇଥିଲା। ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପୋଲିସ ଅଭିଯୁକ୍ତକୁ ଗିରଫ କରିଥିଲା।