Categories: ଜାତୀୟ

ଅଖିଳେଶଙ୍କ ପିଠି ଥାପୁଡ଼ାଇଲେ ଯୋଗୀ

ଲକ୍ଷ୍ନୌ,୨୮।୩: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ବିରୋଧୀ ଦଳର ନେତା ଅଖିଳେଶ ଯାଦବ ବାହାରେ ପରସ୍ପରର ବିରୋଧରେ ମନ୍ତବ୍ୟ ଦେଉଥାଇ ପାରନ୍ତି କିନ୍ତୁ ଭେଟ ହେଲେ ଦୁହେଁ ନିଜକୁ କେବେ ପ୍ରତିଦ୍ୱନ୍ଦୀ ଭାବନ୍ତି ନାହିଁ। ହସ ଖୁସିରେ କଥାବାର୍ତ୍ତା ହୁଅନ୍ତି। ଏହାର ପ୍ରମାଣ ସୋମବାର ୟୁପି ବିଧାନଭବନରେ ଦେଖିବାକୁ ମିଳିଛି। ଉଭୟ ନେତା ହସି ହସି ହାତ ମିଳାଇଥିଲେ। ଯୋଗୀ ମଧ୍ୟ ଅଖିଳେଶଙ୍କ ପିଠି ଥାପୁଡାଇ ଦେଇଥିଲେ। ଆଜି ବିଧାନସଭାରେ ନୂତନ ବିଧାୟକଙ୍କ ଶପଥ ଗ୍ରହଣ ସମାରୋହରେ ଅଖିଳେଶ ଏବଂ ଯୋଗୀ ଆଦିତ୍ୟନାଥ ମଧ୍ୟ ବିଧାନ ଭବନରେ ଉପସ୍ଥିତ ଥିଲେ। ବିଧାନସଭା ନିର୍ବାଚନର ଫଳାଫଳ ପରେ ଏହି ଦୁଇ ନେତାଙ୍କ ପ୍ରଥମ ଭେଟ ଥିଲା।

Share