କରୋନା ଟିକାର ଦ୍ୱିତୀୟ ଡୋଜ ନେଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ

ଲକ୍ଷ୍ନୌ,୨ ।୮: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କରୋନା ଟିକାର ଦ୍ୱିତୀୟ ଡୋଜ ସୋମବାର ନେଇଛନ୍ତି । ଏହାପରେ ସେ ସମସ୍ତଙ୍କୁ କରୋନା ଟିକା ନେବାକୁ ଅପିଲ କରିଛନ୍ତି । ଆଉ କହିଛନ୍ତି କରୋନା ଟିକାର ଦ୍ୱିତୀୟ ଡୋଜ ନେଇ ମୁଁ ଖୁସି । ଏହାପରେ ସେ ଟୁଇଟ୍ କରି କହିଛନ୍ତି, ଆମ ସ୍ୱେଦେଶୀ ଟିକାର ଦ୍ୱିତୀୟ ଡୋଜ ନେଇ ଖୁସି ଲାଗୁଛି । ଆଦରଣୀୟ ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନରେ ଟିକାର ଏହି ‘ସୁରକ୍ଷା କବଚ’ ସମସ୍ତ ନାଗରିକଙ୍କୁ ମାଗଣାରେ ଯୋଗାଇ ଦିଆଯାଉଛି । ଆପଣମାନଙ୍କ ପାଳି ଆସିଲେ ନିଶ୍ଚିତ ଟିକା ନିଅନ୍ତୁ । ଟିକା ବିଜୟର ତା’ହେଲେ କରୋନା ହାରିବ, ଭାରତ ଜିତିବ । ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ୫ ଏପ୍ରିଲରେ କରୋନା ଟିକାର ପ୍ରଥମ ଡୋଜ ନେଇଥିଲେ ।

Share