ଲକ୍ଷ୍ନୌ,୧୨।୫: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶୁକ୍ରବାର ତାଙ୍କ କ୍ୟାବିନେଟ ସହ ଫିଲ୍ମ ‘ଦ କେରଲା ଷ୍ଟୋରି’କୁ ଦେଖିଛନ୍ତି। ଲୋକ ଭବନ ଅଡିଟୋରିୟମରେ ଫିଲ୍ମର ଏକ ସ୍ବତନ୍ତ୍ର ସ୍କ୍ରିନିଂ କରାଯାଇଥିଲା। ଏନେଇ ଏକ ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି। ଏହି ଚଳଚ୍ଚିତ୍ରର ସ୍ବତନ୍ତ୍ର ସ୍କ୍ରିନିଂ ସମୟରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉପସ୍ଥିତ ଥିଲେ। ଏଥିସହ କ୍ୟାବିନେଟ ମନ୍ତ୍ରୀମାନଙ୍କ ସହିତ ବହୁ ସଂଖ୍ୟାରେ ଭାଜପା ଅଧିକାରୀ, ବିଭିନ୍ନ ସାମାଜିକ ଓ ସାଂସ୍କୃତିକ ସଂଗଠନ ସହିତ ଜଡିତ ମହିଳା, ସ୍କୁଲ ଛାତ୍ର ଏବଂ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିବା ଜଣାପଡିଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଟୁଇଟ୍ କରି ଫିଲ୍ମ ସହିତ ଜଡିତ ସମସ୍ତ ଲୋକଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।