ଲକ୍ଷ୍ନୌ,୧୯।୬: ୨୦୨୧ ବର୍ଷ ପାଇଁ ଗାନ୍ଧୀ ଶାନ୍ତି ପୁରସ୍କାର ଲାଗି ଗୀତା ପ୍ରେସ ଗୋରଖପୁରକୁ ବଛା ଯାଇଥିବା ବେଳେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରେସକୁ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ନିର୍ଣ୍ଣାୟକ ମଣ୍ଡଳ ଶାନ୍ତି ଓ ସାମାଜିକ ସଦଭାବ ପାଇଁ ଗାନ୍ଧୀବାଦୀ ଆଦର୍ଶକୁ ଉତ୍ସାହିତ କରିବା ଲାଗି ଗୀତା ପ୍ରେସର ଯୋଗଦାନକୁ ପ୍ରଶଂସା କରି ଏହି ପ୍ରତିଷ୍ଠିତ ପୁରସ୍କାର ପାଇଁ ସଂସ୍ଥାକୁ ଚୟନ କରାଯାଇଛି। ଏହି ନିଷ୍ପତ୍ତି ପାଇଁ ସେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି।