Categories: ଜାତୀୟ

ଦୀପାବଳି ପୂର୍ବରୁ ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଘୋଷଣା କଲେ ଯୋଗୀ ସରକାର

ଲକ୍ଷ୍ନୌ,୬।୧୧: ଉତ୍ତରପ୍ରଦେଶରେ ଯୋଗୀ ଆଦିତ୍ୟନାଥ ସରକାର ଦୀପାବଳି ପୂର୍ବରୁ ସରକାରୀ କର୍ମଚାରୀଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଉତ୍ତର ପ୍ରଦେଶର ପ୍ରଗତିରେ ଯୋଗଦାନ ଦେଉଥିବା ସମସ୍ତ ରାଜ୍ୟ କର୍ମଚାରୀ, ସହାୟକ ଶିକ୍ଷାଗତ ଏବଂ ବୈଷୟିକ ଶିକ୍ଷାନୁଷ୍ଠାନ, ସହରୀ ସଂସ୍ଥା, ୟୁଜିସି କର୍ମଚାରୀ ଏବଂ ପେନଶନଭୋଗୀଙ୍କୁ ମୌଳିକ ବେତନର ୪୬% ହାରରେ ମହଙ୍ଗା ଭତ୍ତା ପ୍ରଦାନ କରାଯିବ।

ମୁଖ୍ୟମନ୍ତ୍ରୀ କହିଛନ୍ତି, ସେହିଭଳି ସମସ୍ତ ରାଜ୍ୟ କର୍ମଚାରୀ ( କାର୍ଯ୍ୟ ଚାର୍ଜ କର୍ମଚାରୀ, ଶିକ୍ଷକ, ଅଣଶିକ୍ଷକ କର୍ମଚାରୀ ଏବଂ ଦୌନିକ ବେତନ କର୍ମଚାରୀଙ୍କୁ ୩୦ ଦିନର ଇମୋଲ୍ୟୁମେଣ୍ଟ (ସର୍ବାଧିକ ସୀମା ୭,୦୦୦) ବୋନସ ପ୍ରଦାନ କରିବାକୁ ନିଷ୍ପତ୍ତି ନିଆଯାଇଛି।

Share