Categories: ଜାତୀୟ

ଯୋଗୀଙ୍କ ଶପଥଗ୍ରହଣ ଉତ୍ସବରେ ଯୋଗ ଦେବେ ବଡବଡ ଉଦ୍ଦ୍ୟୋଗପତି

ଲକ୍ଷ୍ନୌ,୨୪ ।୩: ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଦ୍ୱିତୀୟ ଥର ଲାଗି ଯୋଗୀ ଆଦିତ୍ୟନାଥ ୨୫ ମାର୍ଚ୍ଚରେ ଶପଥ ଗ୍ରହଣ କରିବେ । ଏବେ ଏହି ଶପଥ ଗ୍ରହଣ ଉତ୍ସବ ଉପରେ ସମସ୍ତଙ୍କ ନଜର । ଦେଶର ସବୁଠାରୁ ବଡ ରାଜ୍ୟର ଅର୍ଥବ୍ୟବସ୍ଥାକୁ ଏକ ଟ୍ରିଲିୟନ ଡଲାର କରିବା ଲାଗି ଯୋଗୀ ଆଦିତ୍ୟନାଥ ପୂର୍ବରୁ ଯୋଜନା ପ୍ରସ୍ତୁତ କରିଥିବା ବେଳେ ଏହି ଶପଥ ଗ୍ରହଣ ଉତ୍ସବକୁ ଉଦ୍ଦ୍ୟୋଗପତିଙ୍କୁ ନିମନ୍ତ୍ରଣ କରିବା ଏହାର କିଛି ସଙ୍କେତ ଦେଉଛି । ଉତ୍ତର ପ୍ରଦେଶ ସରକାରଙ୍କ ପକ୍ଷରୁ ଯେଉଁ ରିକ୍ୱେଷ୍ଟ ଅଫ୍ ପ୍ରପୋଜାଲ ଜାରି କରାଯାଇଛି ୧ ଟ୍ରିଲିୟନ ଡଲାର ଇକୋନମି କରିବାର, ଏଥିପାଇଁ ଉଦ୍ଦ୍ୟୋଗପତିଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବା କୁହାଯାଉଛି । ଏହି ଲକ୍ଷ୍ୟ ପୂରଣ କରିବାକୁ ୫ ବର୍ଷ ସମୟ ଦିଆଯାଇଛି । ଏଥିପାଇଁ ଯୋଗୀ ଆଦିତ୍ୟନାଥଙ୍କ ଶପଥ ଗ୍ରହଣ ସମାରୋହ ୨୫ ମାର୍ଚ୍ଚକୁ ପ୍ରାୟ ୫୦ ଉଦ୍ଦ୍ୟୋଗତିଙ୍କୁ ନିମନ୍ତ୍ରଣ କରାଯାଇଛି । ଏମାନଙ୍କ ମଧ୍ୟରେ ରହିଛନ୍ତି ଟାଟା ଗ୍ରୁପ, ଅମ୍ବାନି ଗ୍ରୁପ, ଆଦିତ୍ୟ ବିରଲା ଗ୍ରୁପ, ଆଦାନୀ ଗ୍ରୁପ, ମହିନ୍ଦ୍ରା ଗ୍ରୁପ, ଆଇଟିସି ଗ୍ରୁପ, ପେପସିକୋ, ହିନ୍ଦୁସ୍ତାନ ୟୁନିଲିଭର ଗ୍ରୁପ, ଫ୍ଲିପକାର୍ଟ ଓ ଆଇଜିଏଲ ଗ୍ରୁପ । ହେଲେ ସବୁଠାରୁ ବଡ ପ୍ରଶ୍ନ ୫ ବର୍ଷ ମଧ୍ୟରେ କ’ଣ ଏହି ଲକ୍ଷ୍ୟ ପୂରଣ ହୋଇପାରିବ । କାରଣ କରୋନା ପାଇଁ ରାଜ୍ୟର ଅର୍ଥବ୍ୟବସ୍ଥା ଭୁଷୁଡି ପଡିଥିବା ବେଳେ ଏହାକୁ ପୂର୍ବ ସ୍ଥିତିକୁ ଆଣିବାକୁ କିଛି ସମୟ ଲାଗିପାରେ ।

Share