୨ମାସରୁ ବନ୍ଦ ଥିବା ଓପିଡି ସେବା ପୁଣି ଖୋଲିବାକୁ ସରକାରଙ୍କ ନିର୍ଦ୍ଦେଶ

ଲକ୍ଷ୍ନୌ,୪।୬: ଦେଶରେ ଜାରି ରହିଥିବା କରୋନାର ଦ୍ୱିିତୀୟ ଲହର ଏବେ ଧୀରେ ଧୀରେ ନିୟନ୍ତ୍ରଣକୁ ଆସୁଛି। ଦେଶର ବିଭିନ୍ନ ରାଜ୍ୟରେ ଦୈନିକ ସଂକ୍ରମଣ ବର୍ତ୍ତମାନ ହ୍ରାସ ପାଇବାରେ ଲାଗିଛି। ଗତ ୨ମାସ ମଧ୍ୟରେ ପ୍ରଥମ ଥର ଉତ୍ତରପ୍ରଦେଶରେ ୧୫୦୦ରୁ କମ୍‌ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ କରୋନା ଗ୍ରାଫ୍‌ ତଳକୁ ଖସିବା ପରେ ବନ୍ଦ ପଡ଼ିଥିବା ଓପିଡି ସେବାକୁ ପୁଣି ଚାଲୁ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଭର୍ଚୁଆଲ ମାଧ୍ୟମରେ ଏକ ଉଚ୍ଚସ୍ତରୀୟ ବୈଠକ କରିଥିଲେ। ଏହି ବୈଠକରେ ମୁଖ୍ୟମନ୍ତ୍ରୀ ମେଡିକାଲ କଲେଜ ଓ ହସ୍ପିଟାଲର ସମୀକ୍ଷା କରି ଏହି ନିଷ୍ପତ୍ତି ନେଇଛନ୍ତି। ଗତ ୨ମାସରୁ ହସ୍ପିଟାଲରେ ବନ୍ଦ ପଡ଼ିଥିବା ଜେନେରାଲ ଓପିଡି ସେବାକୁ ସାଧାରଣ ଜନତାଙ୍କ ପାଇଁ ଖୋଲିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏହିକ୍ରମରେ ଶୁକ୍ରବାରଠାରୁ ରାଜ୍ୟର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଓ ଗୋଷ୍ଠୀ ସ୍ବାସ୍ଥ୍ୟାକେନ୍ଦ୍ରରେ ଥିବା ଓପିଡି ସେବାକୁ କୋଭିଡ ଗାଇଡଲାଇନ୍‌ ନିୟମ ଅନୁସାରେ ଖୋଲାଯାଇଛି।

 

Share