Categories: ଜାତୀୟ

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: କରୋନାରେ ମୃତ କର୍ମଚାରୀଙ୍କ ପରିବାର ସଦସ୍ୟଙ୍କୁ ମିଳିବ ଚାକିରି

ଲକ୍ଷ୍ନୌ,୨୦।୫: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏକ ବଡ ଘୋଷଣା କରିଛନ୍ତି। ଡ୍ୟୁଟିରେ ଥିବାବେଳେ କୋଭିଡ ସଂକ୍ରମଣ ଯୋଗୁ ମୃତ୍ୟୁବରଣ କରିଥିବା ରାଜ୍ୟ ସରକାରୀ କର୍ମଚାରୀଙ୍କ ପରିବାରକୁ ସମ୍ପୂର୍ଣ୍ଣ ସହାୟତା କରାଯିବ। ସମ୍ପୃକ୍ତ ପରିବାର ପ୍ରତି ସମ୍ପୂର୍ଣ୍ଣ ସମ୍ବେଦନଶୀଳତା ଏବଂ ସହାନୁଭୂତି ସହ ସହଯୋଗ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ମୃତକଙ୍କ ପରିବାର ସଦସ୍ୟଙ୍କୁ ନିଯୁକ୍ତି ଏବଂ ଅନ୍ୟାନ୍ୟ ପ୍ରକ୍ରିୟା ତୁରନ୍ତ ଶେଷ ହେବା ନିଶ୍ଚିତ କରିବାକୁ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିରେ କୌଣସି ବିଳମ୍ବ ଯେପରି ନ ହୁଏ ତାହା ଉପରେ ଧ୍ୟାନ ଦେବାକୁ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।
ସୂଚନାଯୋଗ୍ୟ, ଉତ୍ତରପ୍ରଦେଶ ପଞ୍ଚାୟତ ନିର୍ବାଚନରେ ନିୟୋଜିତ ଅନେକ ଶିକ୍ଷକ ଓ କର୍ମଚାରୀ କରୋନାରେ ମୃତ୍ୟୁବରଣ କରିଥିଲେ। ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା।

Share