ଲକ୍ଷ୍ନୌ,୧୫ ।୪: ଉତ୍ତର ପ୍ରଦେଶରେ ଯୋଗୀ ସରକାର ୨.୦ରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଫୁଲ ଫର୍ମରେ ନଜର ଆସିଛନ୍ତି । ମୁଖ୍ୟମନ୍ତ୍ରୀ ଯୋଗୀ ଲୋକ କଲ୍ୟାଣକୁ ନଜରରେ ରଖି ଶାସନ ସ୍ତରରେ ଆସନ୍ତା ୫ ବର୍ଷ ପାଇଁ ରଣନୀତି ପ୍ରସ୍ତୁତ କରିଛନ୍ତି । ଏହା ଉପରେ ଏବେ କାମ ଆରମ୍ଭ ହୋଇଯାଇଛି । ଏଥିପାଇଁ ଗଠିତ ଟିମ ଗ୍ରାଉଣ୍ଡ ଜିରୋକୁ ଓହ୍ଲାଇବେ । ଏଥିପାଇଁ ଶାସନ ସ୍ତରରେ ରୂପରେଖ ପ୍ରସ୍ତୁତ ହୋଇଛି । ଖୁବଶୀଘ୍ର ଏହାକୁ କାର୍ଯ୍ୟକାରୀ କରାଯିବ । ଏ ସମ୍ପର୍କରେ ଯୋଗୀ ଆଦିତ୍ୟନାଥ ସମସ୍ତ ମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ମୁଖ୍ୟମନ୍ତ୍ରୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କି ଯୋଜନାର କ୍ରିୟାନ୍ୱୟନରେ ଅଧିକରୁ ଅଧିକ ରୋଜଗାର ସୃଷ୍ଟି ଉପରେ ଫୋକସ କରାଯିବା ସହ ବିଭାଗୀୟ କାର୍ଯ୍ୟ ଓ ଯୋଜନାରେ ଉତ୍ତମ ପ୍ରଦର୍ଶନ ପାଇଁ ପ୍ରୟାସ କରାଯିବା ଦରକାର । ସମସ୍ତ ମନ୍ତ୍ରୀ ସପ୍ତାହରେ ୪ ଦିନ ସୋମବାର, ମଙ୍ଗଳବାର, ବୁଧବାର ଓ ଗୁରୁବାର ଲକ୍ଷ୍ନୌରେ ରହିବେ ।
Posted inଜାତୀୟ