Categories: ଜାତୀୟ

ଅମିତ ଶାହଙ୍କ ଉପସ୍ଥିତିରେ ଗୋରଖପୁରରୁ ପ୍ରାର୍ଥିପତ୍ର ଦାଖଲ କରିବେ ଯୋଗୀ ଆଦିତ୍ୟନାଥ

ଲକ୍ଷ୍ନୌ,୪ ।୨: ଉତ୍ତର ପ୍ରଦେଶ ମୁଖମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶୁକ୍ରବାର ଗୋରଖପୁର ବିଧାନସଭା ଆସନ ଲାଗି ଭାରତୀୟ ଜନତା ପାର୍ଟି(ଭାଜପା) ପ୍ରାର୍ଥୀ ଭାବେ ପ୍ରାର୍ଥିପତ୍ର ଦାଖଲ କରିବାର କାର୍ଯ୍ୟକ୍ରମ ରହିଛି । ଏହି ସମୟରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଉପସ୍ଥିତ ରହିବେ । ଯୋଗୀଙ୍କ ପ୍ରାର୍ଥିପତ୍ର ଦାଖଲ କାର୍ଯ୍ୟକ୍ରମକୁ ଦେଖି ରାଜ୍ୟର ଉଚ୍ଚ ଅଧିକାରମାନେ ଗୋରଖପୁରରେ ଉପସ୍ଥିତ ରହିଛନ୍ତି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରାର୍ଥିପତ୍ର ଦାଖଲ କରିବା ପରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ଦଳର ପ୍ରଦେଶ ନିର୍ବାଚନ ପ୍ରଭାରୀ ଧର୍ମେନ୍ଦ୍ର ପ୍ରଧାନ ଓ ଭାଜପା ପ୍ରଦେଶ ଅଧ୍ୟକ୍ଷ ସ୍ୱତନ୍ଦ୍ର ଦେବ ସିଂଙ୍କ ଉପସ୍ଥିତିରେ ଏକ ଜନସଭାକୁ ସମ୍ବୋଧିତ କରିବେ ।
ମହାରାଣା ପ୍ରତାପ ଇଣ୍ଟର କଲେଜରେ ଭାଜପା କର୍ମୀ ସମ୍ମିଳନୀରେ ସହରର ବିଭିନ୍ନ ବର୍ଗର ବଛା ବଛା ୧୦୦୦ ପ୍ରତିନିଧି ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶର ଅନୁପାଳନ କରି ଏହି ଜନସଭାରେ ସାମିଲ ହେବେ । ଏହି ୧୦୦୦ ଲୋକଙ୍କ ମଧ୍ୟରେ ଶିକ୍ଷାବିତ୍‌, ଚିକିତ୍ସକ, ସାମାଜିକ କର୍ମୀ, ଉଦ୍ୟୋଗୀ, ବ୍ୟବସାୟ. ଓକିଲ ସମେତ ବିଭିନ୍ନ ସାମାଜିକ ସଙ୍ଗଠନ ଓ ପ୍ରତିନିଧି ଓ ଜନ ପ୍ରତିନିଧି ଯୋଗ ଦେବେ । ଏହି ଜନସଭାର ପ୍ରସାରଣ ସୋସିଆଲ ମିଡିଆରେ ବି କରାଯିବ ।

Share