କରୋନା କହର: ଟଲିଉଡ୍‌ ପାଇଁ ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ହାଇଦ୍ରାବାଦ,୭।୪: ଦେଶରେ କରୋନା ସ୍ଥିତି ପୁଣି ଥରେ ସଙ୍ଗୀନ ହେବାରେ ଲାଗିଛି। କରୋନାର ଦ୍ୱିତୀୟ ଲହର ଦ୍ରୁତ ଗତିରେ ବ୍ୟାପିବା ସହ ପ୍ରତିଦିନ ପ୍ରାୟ ଏକ ଲକ୍ଷ ନୂଆ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଏହି ମହାମାରୀର ଅଧିକ ପ୍ରଭାବ ମହାରାଷ୍ଟ୍ରରେ ପଡ଼ିଥିବା ବେଳେ ଫିଲ୍ମ ଇଣ୍ଡଷ୍ଟ୍ରିକୁ ମଧ୍ୟ ବହୁ କ୍ଷତି ସହିବାକୁ ପଡ଼ୁଛି। କେବଳ ବଲିଉଡ୍‌ରେ ନୁହେଁ କରୋନାର ପ୍ରଭାବ ଟଲିଉଡ୍‌ରେ ମଧ୍ୟ ପଡ଼ିଛି। ଇତିମଧ୍ୟରେ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଓ୍ବାଇ.ଏସ୍‌ ଜଗନମୋହନ ରେଡ୍ଡୀ ଟଲିଉଡ୍‌କୁ ଆଶ୍ୱସ୍ତିକର ପ୍ରଦାନ କରିବା ସହ ଏକ ଉପହାର ପ୍ରଦାନ କରିଛନ୍ତି। କରୋନା ପ୍ରଭାବରୁ ମୁକୁଳିବା ପାଇଁ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଥିଏଟର ମାଲିକ ଓ ତେଲଗୁ ଫିଲ୍ମ ଇଣ୍ଡଷ୍ଟ୍ରି ଲାଗି ଏକ ପ୍ୟାକେଜ ଘୋଷଣା କରିଛନ୍ତି। ଏହି ପ୍ୟାକେଜ ଦ୍ୱାରା କରୋନା କାରଣରୁ ହୋଇଥିବା କ୍ଷତିରୁ ମୁକୁଳିବା ପାଇଁ ଫିଲ୍ମ ଇଣ୍ଡଷ୍ଟ୍ରିକୁ କିଛି ମାତ୍ରାରେ ସହାୟକ ହୋଇପାରିବ। ତେବେ ମୁଖ୍ୟମନ୍ତ୍ରୀଙ୍କ ଏଭଳି ପଦକ୍ଷେପକୁ ସବୁ ମହଲରେ ପ୍ରଶଂସା କରାଯାଇଛି। ସାଉଥ୍‌ର ମେଗାଷ୍ଟାର ଚିରଞ୍ଜୀବ ଓ ପ୍ରଯୋଜକ ଦିଲ ରାଜୁ ମୁଖ୍ୟମନ୍ତ୍ରୀ ଜଗନମୋହଙ୍କୁ ପ୍ରଶଂସା କରିବା ସହ ଧନ୍ୟବାଦ ଜଣାଇଛନ୍ତି।

Share