୬୧ହଜାର ଟଙ୍କା ଜରିମାନା ଆଦାୟ କଲା ସିଏମ୍‌ସି

କଟକ ଅଫିସ,୮ା୪: କୋଭିଡ୍‌ ନିୟମ ଉଲଙ୍ଘନ ଅଭିଯୋଗରେ ସିଏମ୍‌ସି ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ୍‌ ପକ୍ଷରୁ ବୁଧବାର ସହରର ବିଭିନ୍ନ ଦୋକାନରେ ଚଢାଉ କରି ୬୧ ହଜାର ଟଙ୍କା ଜରିମାନା ଆଦାୟ କାରାଯାଇଛି। ମଙ୍ଗଳାବାଗସ୍ଥିତ ସନ୍‌ ଡାଇଗ୍ନୋଷ୍ଟିକ୍‌ରୁ ୭,୦୦୦ଟଙ୍କା, ଗୁଡଲକ୍‌ ହସ୍ପିଟାଲରୁ ୫,୦୦୦ଟଙ୍କା, ରାଣୀହାଟ ଓମ୍‌ ଶୁଭମ୍‌ ହସ୍ପିଟାଲରୁ ୫,୦୦୦ଟଙ୍କା ଜରିମାନା ଆଦାୟ ହୋଇଛି। ସେହିପରି ଚାନ୍ଦୀନିଚୌକ, ବାଲୁବଜାର, ଚୌଧୁରୀବଜାର, ଗୌରୀଶଙ୍କର ପାର୍କ, ଲିଙ୍କ୍‌ରୋଡ, ଓଏମ୍‌ପି, ଚାଉଳିଆଗଞ୍ଜ, ନୂଆବଜାର, ମହାନଦୀ ବିହାର, ଜଗତ୍‌ପୁର ଆଦି ଅଞ୍ଚଳରେ ଚଢାଉ କରାଯାଇ ଜରିମାନା ଆଦାୟ କରାଯାଇଛି ବୋଲି ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ ଅଧିକାରୀ ପରେଶ ନାୟକ କହିଛନ୍ତି। ଏଥିସହ ଗୌରୀଶଙ୍କର ପାର୍କ ନିକଟରେ ଥିବା ଶରତ ଓମ୍‌ଫେଡ ପାର୍ଲରକୁ ସିଲ୍‌ କରାଯାଇଛି। ମାସ୍କ, ସାମାଜିକ ଦୂରତା ଏବଂ ନିୟମଠାରୁ ଅଧିକ ଲୋକଙ୍କ ଉପସ୍ଥିତି ଭଳି କୋଭିଡ୍‌ ଗାଇଡ୍‌ଲାଇନ ଉଲଙ୍ଘନ କରାଯାଇଥିବାରୁ ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ୍‌ ଏବଂ ପୋଲିସ ସହଯୋଗରେ ଉକ୍ତ ଦୋକାନ ଗୁଡିକରେ ଚଢାଉ କରାଯାଇଥିଲା।

Share