କଟକରେ ଗୁପ୍‌ଚୁପ୍‌ ଖାଉଛନ୍ତି କି? ଚଢ଼ାଉରେ ଜଣାପଡ଼ିଲା ଏପରି…

କଟକ ଅଫିସ,୨୮।୫: ସୁଆଦିଆ ଗୁପଚୁପ୍‌ ଭାବି ଗ୍ରାହକ ଖାଉଥିଲେ। ହେଲେ ଅସ୍ବାସ୍ଥ୍ୟକର ପରିବେଶରେ ଏସବୁ ତିଆରି ହେଉଥିଲା। ଗୁପଚୁପ୍‌ପ୍ରେମୀ ଏଗୁଡ଼ିକ ଖାଇ ଝାଡ଼ାବାନ୍ତିରେ ପଡ଼ୁଥିଲେ। ଏନେଇ ଅଭିଯୋଗ ଆସିବା ପରେ ଶନିବାର କଟକ ବାଦାମବାଡ଼ିର ଶଙ୍କରପୁର ଅଞ୍ଚଳର ନାକେଇ ପଡ଼ିଆରେ କଟକ ସିଏମ୍‌ସି ସ୍ବାସ୍ଥ୍ୟ ବିଭାଗର ଏକ ଟିମ୍‌ ଚଢ଼ାଉ କରିଥିଲେ।

ସେଠାରେ ଗୁପ୍‌ଚୁପ୍‌ ଉପରେ ମାଛି ବସୁଥିବା ଦେଖିବାକୁ ମିଳିଥିଲା। ଅଳିଆ ଆବର୍ଜନା ପକା ଯାଉଥିବା ସ୍ଥାନରେ ବିକାଳୀମାନେ ଗୁପ୍‌ଚୁପ୍‌ ପ୍ରସ୍ତୁତ କରୁଥିଲେ। ଆଳୁଗୁଡ଼ିକର ମାନ ମଧ୍ୟ ଠିକ୍‌ ନ ଥିଲା। ଏହା ଦେଖିବା ପରେ ଗୁପ୍‌ଚୁପ୍‌ଗୁଡ଼ିକୁ ନଷ୍ଟ କରି ଦିଆଯାଇଥିଲା। ତେବେ ଆଗାମୀ ଦିନରେ ବିକାଳୀମାନଙ୍କୁ ଖାଦ୍ୟ ସୁରକ୍ଷା ବିଷୟରେ ଟ୍ରେନିଂ ଦିଆଯିବ। ଆଗାମୀ ଦିନରେ ଯେଉଁଭଳି ସେମାନେ ଭୁଲ କରିବେ ନାହିଁ ସେ ନେଇ ପରାମର୍ଶ ଦିଆଯାଇଛି। ଅନ୍ୟ ଯେଉଁଠାରୁ ଅଭିଯୋଗ ଆସିବ, ସେଠାରେ ଚଢ଼ାଉ କରାଯିବ ବୋଲି ସ୍ବାସ୍ଥ୍ୟ ଅଧିକାରୀ ସତ୍ୟବ୍ରତ ମହାପାତ୍ର କହିଛନ୍ତି।

Share