କଟକ,୧୮ା୧୨(ସୁପ୍ରିୟା ପ୍ରିୟଦର୍ଶିନୀ): କଟକ ମହାନଗର ନିଗମ(ସିଏମ୍ସି) ମେୟର ସୁବାସ ସିଂଙ୍କ ଅଫିସିଆଲ୍ ଫେସ୍ବୁକ୍ ପେଜ୍ ହ୍ୟାକ୍ ହୋଇଥିବା ଅଭିଯୋଗ ହୋଇଛି। ଶନିବାର ରାତିରେ ସୁବାସଙ୍କ ଫେସ୍ବୁକ୍ ଷ୍ଟାଟସ୍ରେ ଏକ ଅଶ୍ଳୀଳ ପୋଷ୍ଟ ଶେୟାର କରାଯାଇଥିଲା। ଏହାକୁ ନେଇ ଚର୍ଚ୍ଚା ହେବା ପରେ ସୁବାସ ସ୍ପଷ୍ଟୀକରଣ ରଖିଛନ୍ତି। ଏ ସମ୍ପର୍କରେ ସେ କହିଛନ୍ତି, ତାଙ୍କ ଆକାଉଣ୍ଟ ହ୍ୟାକ୍ ହୋଇଛି। ହ୍ୟାକର ଶନିବାର ରାତି ପ୍ରାୟ ୯ଟାରେ ଏକ ଅଶ୍ଳୀଳ ପୋଷ୍ଟ କରିଥିଲେ। ଏପରି କି ସେ ଫେସ୍ବୁକ୍ ବ୍ୟବହାର କରିପାରୁନାହାନ୍ତି। ଏନେଇ ରବିବାର ସକାଳେ ସାଇବର ଥାନାରେ ଅଭିଯୋଗ କରିଛି। ଏଥିସହ ଫେସ୍ବୁକ୍ କର୍ତ୍ତୃପକ୍ଷଙ୍କୁ ଅବଗତ କରିଛି। କେହି ଉଦ୍ଦେଶ୍ୟମୂଳକ ଭାବରେ ଏପରି କରିଥିବା ମେୟର କହିଛନ୍ତି।