ସିଏମ୍‌ସି ଟିକାକରଣ ପ୍ରହସନ

କଟକ ଅଫିସ,୧୬ା୬: ସହରରେ ଟିକାକରଣ ବ୍ୟାପକ ଭାବରେ କରାଯାଇଛି ବୋଲି କଟକ ମହାନଗର ନିଗମ (ସିଏମସି) ପକ୍ଷରୁ ଡିଣ୍ଡିମ ପିଟାଯାଉଛି। ବିଦେଶ ଯିବାକୁ ଥିବା ଛାତ୍ରୀଛାତ୍ର, ଦିବ୍ୟାଙ୍ଗ, ବସ୍ତିବାସିନ୍ଦା ଏବଂ ବୃଦ୍ଧାବୃଦ୍ଧଙ୍କ ପାଇଁ ସ୍ବତନ୍ତ୍ର ଟିକାକରଣ, ଘରେ ଘରେ ସ୍କ୍ରିନିଂ, ଟେଷ୍ଟିଂ ସହ ଟିକା ପ୍ରଦାନ ଆଦି ବିଭିନ୍ନ ପ୍ରକାର ପଦକ୍ଷେପ ନିଆଯାଉଛି ବୋଲି ସିଏମ୍‌ସି କମିଶନର ଅନନ୍ୟା ଦାସ ଗଣମାଧ୍ୟମ ନିକଟରେ ପ୍ରକାଶ କରି କଟକବାସୀଙ୍କୁ ସାନ୍ତ୍ୱନା ଦେଇଚାଲିଛନ୍ତି। ହେଲେ ବାସ୍ତବ ଚିତ୍ର ଭିନ୍ନ।
କଟକ ଜିଲା କୋଭିଡ୍‌ ନୋଡାଲ ଅଧିକାରୀ ଉମେଶ ରାୟଙ୍କ ଠାରୁ ମିଳିଥିବା ସୂଚନା ଅନୁସାରେ ଗତ ଜାନୁୟାରୀ ୧୬ ରୁ ଆରମ୍ଭ ହୋଇଥିବା ଟିକାକରଣ ପ୍ରକ୍ରିୟାରେ ଜୁନ୍‌ ୧୧ତାରିଖ ସୁଦ୍ଧା ଜିଲାର ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ପ୍ରଥମ ଓ ଦ୍ୱିତୀୟ ଡୋଜ୍‌ ମିଶାଇ ୬ଲକ୍ଷ ୭୩ହଜାର ୯୦୭ ଜଣ ଟିକା ନେଇଛନ୍ତି। ସେମାନଙ୍କ ମଧ୍ୟରୁ ସହରାଞ୍ଚଳରେ ୩ ଲକ୍ଷ ୪୮ ହଜାର ୮୭୪ ଡୋଜ୍‌ ପ୍ରଦାନ କରାଯାଇଥିବାବେଳେ ଗ୍ରାମାଞ୍ଚଳରେ ୩ଲକ୍ଷ ୨୫ହଜାର ୩୩ଜଣ ଟିକା ନେଇଛନ୍ତି। ତେବେ ପ୍ରଥମ ଡୋଜ୍‌ ୫ଲକ୍ଷ ୭୩ହଜାର ୮୧ଜଣ ନେଇଥିବାବେଳେ ଦ୍ୱିତୀୟ ଡୋଜ୍‌ ମାତ୍ର ୧ଲକ୍ଷ ୮୨୬ଜଣ ନେଇଛନ୍ତି। ଲୋକମାନେ ଦ୍ୱିତୀୟ ଡୋଜ୍‌ ନେବାପାଇଁ ଟିକାକେନ୍ଦ୍ର ବୁଲିବୁଲି ନୟାନ୍ତ ହେଉଥିଲେ ମଧ୍ୟ ଟିକା ପାଇପାରୁ ନାହାନ୍ତି। ସେହିଭଳି ଗତ ୯ତାରିଖରୁ ବିଦେଶ ଯିବାକୁ ଥିବା ଛାତ୍ରୀଛାତ୍ରଙ୍କ ପାଇଁ ସିଏମ୍‌ସି ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିବା କୁହାଯାଉଥିଲେ ମଧ୍ୟ ଏଯାବତ୍‌ କେତେଜଣ ଟିକା ନେଲେଣି ସେନେଇ କୌଣସି ତଥ୍ୟ ଦେଇପାରିବେ ନାହିଁ ବୋଲି ସିଏମ୍‌ସିର ଯୁଗ୍ମ କମିଶନର ସୁମିତା ସରକାର କହିଛନ୍ତି। ଏପରି କି ସିଏମ୍‌ସି ପକ୍ଷରୁ ସହରରେ ଲୋକଙ୍କୁ ଟିକା ଦେବା ପାଇଁ କି କି ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି, ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳୁନାହିଁ। ବରିଷ୍ଠ ନାଗରିକଙ୍କ ପାଇଁ ସ୍ବତନ୍ତ୍ର ଟିକାକରଣ ବ୍ୟବସ୍ଥା କରିବାକୁ ବାରମ୍ବାର ଦାବି ଆସୁଥିଲେ ମଧ୍ୟ ଏନେଇ ପଦକ୍ଷେପ ନିଆଯାଇ ନାହିଁ। ଅନ୍ୟପକ୍ଷରେ ୱାର୍ଡସ୍ତରରେ ଟିକାକରଣର ବ୍ୟବସ୍ଥା ମଧ୍ୟ ହୋଇ ନାହିଁ। ସାହିରେ କରାଯାଇଥିବା ଟିକାକେନ୍ଦ୍ରରେ ଅନ୍ୟ ଅଞ୍ଚଳର ଲୋକ ଆସି ଟିକା ନେଉଛନ୍ତି। ହେଲେ ସ୍ଥାନୀୟ ଲୋକ ଟିକା ନେବାରୁ ବଞ୍ଚତ୍ତ ହୋଇଛନ୍ତି ବୋଲି ବିଭିନ୍ନ ୱାର୍ଡ ବାସିନ୍ଦା ଅଭିଯୋଗ କରିଛନ୍ତି। ସିଏମ୍‌ସିର ଅଦୂରଦର୍ଶିତା ପାଇଁ ସରକାରୀ ତଥା ବେସରକାରୀ ଟିକା କେନ୍ଦ୍ରଗୁଡ଼ିକରେ ବିଭିନ୍ନ ସମୟରେ ସମସ୍ୟା ଦେଖାଦେଇଛି। ଗତ ମେ’ ୨୫ରେ ରେଭେନ୍‌ଶା ବିଶ୍ୱବିଦ୍ୟାଳୟରେ ହୋଇଥିବା ଅସ୍ଥାୟୀ ଟିକା କେନ୍ଦ୍ରକୁ ଆସିଥିବା ଲୋକଙ୍କୁ ଟିକା ନ ମିଳିବାରୁ ଉତ୍ତେଜନା ଦେଖାଦେଇଥିଲା। ସେହିଭଳି ଗତ ମାସରେ ସିଡିଏ ସେକ୍ଟର ୬ ସ୍ଥିତ ସହରାଞ୍ଚଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଆସିଥିବା ଲୋକଙ୍କୁ ଟିକା ଦିଆ ନ ଯାଇ ଅନ୍ୟ ସ୍ଥାନକୁ ପଠାଯାଇଥିଲା। ଏହାକୁ ନେଇ ସେଠାରେ ଉତ୍ତେଜନା ପ୍ରକାଶ ମଧ୍ୟ ପାଇଥିଲା। ଏପରି କି ସିଏମ୍‌ସି ଦ୍ୱାରା ଅନୁମୋଦିତ ଘରୋଇ ହସ୍ପିଟାଲରେ ଟିକାକରଣକୁ ନେଇ ଅନେକ ସମୟରେ ସମସ୍ୟା ଦେଖିବାକୁ ମିଳିଛି। ସ୍ଲଟ୍‌ ବୁକିଂ କରି ଅନ୍ୟ ଜିଲାରୁ ୧୫୦ରୁ ଊର୍ଦ୍ଧ୍ୱ ଲୋକ ଗତ ୮ତାରିଖରେ ଏକ ଘରୋଇ ହସ୍ପିଟାଲକୁ ଟିକା ନେବାକୁ ଆସିଥିଲେ।
ହେଲେ ସେଠାରେ ହସ୍ପିଟାଲ କର୍ତ୍ତୃପକ୍ଷ ଟିକା ଦିଆଯାଉନାହିଁ କହି ସେମାନଙ୍କୁ ଫେରାଇ ଦେଇଥିଲେ। ଘରୋଇ ହସ୍ପିଟାଲ ପକ୍ଷରୁ ଟିକା ଦିଆଯାଉଛି ବୋଲି ଲୋକଙ୍କୁ ମେସେଜ୍‌ ଆସୁଛି। କିନ୍ତୁ ଟିକା ନେବା ପାଇଁ ଆସିବା ବେଳେ ଟିକାକରଣ ବନ୍ଦ ଥିବା ଦେଖିବାକୁ ମିଳୁଛି। ଫଳରେ ଲୋକମାନେ ଫେରିବାକୁ ବାଧ୍ୟ ହେଉଛନ୍ତି। ବିଶେଷକରି ଟିକା ନେବା ପାଇଁ ସିଏମ୍‌ସି ପକ୍ଷରୁ ଲୋକଙ୍କୁ ସଚେତନ କରାଇବା ପାଇଁ ବିଧିବଦ୍ଧ ବ୍ୟବସ୍ଥା କରାଯାଇ ନାହିଁ। ବର୍ତ୍ତମାନ ସ୍ଥିତିରେ ସହରବାସୀଙ୍କ ପାଇଁ ଅନ୍‌ଲାଇନ ପଞ୍ଜୀକରଣ ଆଉ ଏକ ସମସ୍ୟା ପାଲଟିଛି। ଅନ୍‌ଲାଇନ ପଞ୍ଜୀକରଣ କରି ମଧ୍ୟ ଲୋକ ଟିକାକେନ୍ଦ୍ରରୁ ଟିକା ନ ନେଇ ଫେରୁଥିବା ଦେଖିବାକୁ ମିଳିଛି। ଏସବୁକୁ ଅନୁଧ୍ୟାନ କଲେ କଟକ ସହରରେ ଟିକାକରଣ ବ୍ୟବସ୍ଥା ସମ୍ପୂର୍ଣ୍ଣ ଫେଲ୍‌ ମାରିଥିବା ମନେହେଉଛି। ଏ ନେଇ ସିଏମ୍‌ସି କମିଶନର ଦାସଙ୍କୁ ଯୋଗାଯୋଗ କରିବାକୁ ଗତ ୧୨ତାରିଖରେ ତାଙ୍କ ମୋବାଇଲ ନମ୍ବର ୯୪୩୭୧୬୪୨୪୦କୁ କଲ୍‌ କରାଯାଇଥିଲେ ମଧ୍ୟ ସେ ଫୋନ୍‌ ଉଠାଇ ନ ଥିଲେ। ଏପରି କି ମେସେଜ ପଠାଯାଇଥିଲେ ମଧ୍ୟ ସେ ତାହାର ଉତ୍ତର ଦେଉ ନାହାନ୍ତି।

ସୁପ୍ରିୟା ପ୍ରିୟଦର୍ଶିନୀ


Enter your email to get our daily news in your inbox.

All Right Reserved By Dharitri.Com

ଅସହ୍ୟ ହେଉଛି ତାତି: ଦୁଇ ଦିନରେ ସ୍କୁଲ ବନ୍ଦ ନିଷ୍ପତ୍ତି

ଭୁବନେଶ୍ୱର,୨୨।୪: ରାଜ୍ୟରେ ଅସହ୍ୟ ହେଉଛି ତାତି। ତେଣୁ କେବେ ସ୍କୁଲ ଛୁଟି ଘେଷଣା ହେବ ଏ ନେଇ ପ୍ରତିକ୍ରିୟା ରଖିଛନ୍ତି ରାଜସ୍ବ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ...

ମିଶନ ଶକ୍ତି ପୁନର୍ଗଠନ ବିଜ୍ଞପ୍ତିରେ ଲାଗିଲା ରୋକ

ପାଟଣା, ୨୨।୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ବୈତରଣୀ ମିଶନ ଶକ୍ତି ଫେଡରେଶନ ପକ୍ଷରୁ କାର୍ଯ୍ୟରତ ମହିଳାମାନେ ସରକାରଙ୍କ ଜାନୁୟାରୀ ୨୨ର ବିଜ୍ଞପ୍ତି ବିରୋଧରେ ହାଇକୋର୍ଟର ଦ୍ବାରସ୍ଥ...

କିଏ ସେହି ଶକ୍ତି ଦୁବେ: ଯିଏ ହେଲେ UPSC ଟପ୍ପର, ଜାଣନ୍ତୁ କେମିତି ଥିଲା ତାଙ୍କ ଯାତ୍ରା

ପ୍ରୟାଗରାଜ,୨୨।୪: ୟୁନିଅନ ପବ୍ଲିକ ସର୍ଭିସ କମିଶନ (UPSC) ସିଭିଲ ସର୍ଭିସ ପରୀକ୍ଷାର ଚୂଡ଼ାନ୍ତ ଫଳାଫଳ ଆଜି ପ୍ରକାଶ ପାଇଛି। ଶକ୍ତି ଦୁବେ UPSC ସିଭିଲ ସର୍ଭିସେସ...

୧୬୦୦ କୋଟିର ମେଗା ପ୍ରକଳ୍ପ ସମୀକ୍ଷା କଲେ ସିଡିଓ: ଏଯାଏ ହୋଇନାହିଁ ପାଣି ଉଠାଇବା ସ୍ଥାନ ଚହ୍ନଟ

ଭଞ୍ଜନଗର,୨୨।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଗ୍ରାମ୍ୟ ପାଇପ୍‌ ଜଳ ଯୋଗାଣ ବିଭାଗ ଅଧୀନରେ ପ୍ରାୟ ୧୬୦୦ କୋଟି ଟଙ୍କା ବ୍ୟୟରେ ମେଗା ପାନୀୟ ଜଳ...

UPSC ଫଳାଫଳ ପ୍ରକାଶିତ: ଜାଣନ୍ତୁ କେମିତି କରିବେ ଚେକ୍‌

ନୂଆଦିଲ୍ଲୀ,୨୨।୪:ଲୋକସେବା ଆୟୋଗ ଦ୍ୱାରା UPSC ଚୂଡ଼ାନ୍ତ ଫଳାଫଳ ଘୋଷଣା କରାଯାଇଛି। ପ୍ରୟାଗରାଜର ଶକ୍ତି ଦୁବେ ପ୍ରଥମ ସ୍ଥାନ ହାସଲ କରିଛନ୍ତି। ସମସ୍ତ ପ୍ରାର୍ଥୀ upsc.gov.in କୁ...

‘ସଂସଦ ସର୍ବୋଚ୍ଚ, ଏହା ଉପରେ କେହି ନୁହଁନ୍ତି’: ପୁଣି ସୁପ୍ରିମକୋର୍ଟକୁ ଟାର୍ଗେଟ୍‌ କଲେ ଉପରାଷ୍ଟ୍ରପତି

ନୂଆଦିଲ୍ଲୀ,୨୨।୪: ଉପରାଷ୍ଟ୍ରପତି ଜଗଦୀପ ଧନଖର ପୁଣି ଥରେ ଭାରତର ସମ୍ବିଧାନରେ ନିର୍ଦ୍ଦିଷ୍ଟ ଶାସନ ଢାଞ୍ଚାରେ ନ୍ୟାୟପାଳିକାର ଭୂମିକା ଏବଂ ସୀମା ଉପରେ ପ୍ରଶ୍ନ ଉଠାଇଛନ୍ତି। ସେ...

ଗଞ୍ଜାମ ପୋଲିସର ସ୍ବତନ୍ତ୍ର ଅଭିଯାନ: ୩୪ ନିଖୋଜ ଶିଶୁ ଉଦ୍ଧାର

ଛତ୍ରପୁର,୨୨।୪(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ପୋଲିସ ଅଧୀନରେ ଚଳିତ ମାସ ୧୫ରୁ ନିଖୋଜ ପିଲାମାନଙ୍କୁ ଖୋଜିବା ଏବଂ ଉଦ୍ଧାର ପାଇଁ ଏକ ସ୍ବତନ୍ତ୍ର ଅଭିଯାନ ଆରମ୍ଭ...

ପ୍ରବଳ ଖରାରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପକ୍ଷରୁ ଦହିପଣା ବଣ୍ଟନ

ଛତ୍ରପୁର,୨୨।୪,(ଦିଲ୍ଲୀପ ସାମଲ) : ଗ୍ରୀଷ୍ମ ପ୍ରବାହ ଯୋଗୁଁ ଚାରିଆଡେ ଜନ ଜୀବନ ଅସ୍ତ ବ୍ୟସ୍ତ ହୋଇପଡିଥିବା ବେଳେ ଗଞ୍ଜାମ ଜିଲାର ସଦର ମହକୁମା ଛତ୍ରପୁର ସହର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image