କଟକ ଅଫିସ,୧୮।୩: କଟକରେ ଧିରେ ଧିରେ ବଢ଼ିବାରେ ଲାଗିଲାଣି କରୋନା ସଂକ୍ରମଣ। ସହରର ଏକ ଘରୋଇ କଲେଜରୁ ୧୨ଜଣ କୋଭିଡ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ନେଇ ଉକ୍ତ କଲେଜକୁ ଅସ୍ଥାୟୀ ଭାବେ ସମ୍ପୂର୍ଣ୍ଣ ବନ୍ଦ କରିଦିଆଯାଇଛି। ଆକ୍ରାନ୍ତଙ୍କ କଣ୍ଟାକ୍ଟ ଟ୍ରେସିଂ କରାଯିବ। ଆବଶ୍ୟକ ପଡ଼ିଲେ ମାଇକ୍ରୋ କଣ୍ଟେନ୍ମେଣ୍ଟ ଜୋନ ଭାବେ ଘୋଷଣା କରିବା। ଏବେ ସମସ୍ତ ପଜିଟିଭ୍ କ୍ୱାରାଣ୍ଟାଇନ୍ରେ ଥିବା ନେଇ ସିଏମ୍ସି ପକ୍ଷରୁ କୁହାଯାଇଛି।