Advertisement

କ୍ୟୁଆର୍‌ କୋଡରେ ମୁଖ୍ୟମନ୍ତ୍ରୀଙ୍କ ମୁହଁ, ଭାଜପା ବିରୋଧରେ କଂଗ୍ରେସର ପେସିଏମ୍‌ ଅଭିଯାନ…

ବେଙ୍ଗାଲୁରୁ, ୨୧।୯ : କର୍ନାଟକରେ ଭାଜପା ସରକାରଙ୍କ ବିରୋଧରେ କଂଗ୍ରେସ ପକ୍ଷରୁ ପେସିଏମ ଅଭିଯାନ ଆରମ୍ଭ କରାଯାଇଛି। ପେମେଣ୍ଟ ଆପ ପେଟିଏମ ପରି ଏକ ପୋଷ୍ଟର ଲଗାଯାଇଛି ଯେଉଁଥିରେ ମୁଖ୍ୟମନ୍ତ୍ରୀ ବାସଭରାଜ ବେମ୍ମୋଇଙ୍କ ମୁହଁର କୋଡ ରଖାଯାଇଛି। ଏଭଳି ପୋଷ୍ଟର କର୍ନାଟକର ଅନେକ ସର୍ବସାଧାରଣ ସ୍ଥାନରେ ଦେଖିବାକୁ ମିଳୁଛି। ଏହି କୁାର କୋଡ କେବଳ ପ୍ରଦର୍ଶନ ପାଇଁ ନୁହେଁ। ମୋବାଇଲରେ ସ୍କାନ କରିବା ସମୟରେ ଏକ ସ୍ବତନ୍ତ୍ର ୱେବସାଇଟ ଖୋଲିବ ଯାହା କଂଗ୍ରେସ ଦ୍ୱାରା ଡିଜାଇନ ହୋଇଛି ।

କଂଗ୍ରେସ ଏହି ୱେବସାଇଟକୁ ୪୦ ପ୍ରତିଶତ କମିଶନ ସରକାର ନାମରେ ନାମିତ କରିଛି। ଏହା ଭାଜପା ସରକାରଙ୍କ ଦୁର୍ନୀତି ବୋଲି ଦାବି କରିଛି। ଏଥିରେ ଲୋକଙ୍କୁ ନିଜ ମନ କି ବାତ ଓ ଅଭିଯୋଗ ଲେଖିବାର ବିକଳ୍ପ ମଧ୍ୟ ଦିଆଯାଇଛି।

ପୋଷ୍ଟରରେ ଲେଖା ଅଛି, ଏଠାରେ ୪୦ ପ୍ରତିଶତ ଗ୍ରହଣ କରାଯାଇଥିବା ସ୍ବୀକାର କରନ୍ତୁ। ଏହି ପୋଷ୍ଟରଗୁଡିକ ବେଙ୍ଗାଲୁରୁର ବସଷ୍ଟାଣ୍ଡ, ପାର୍କ, ବଜାର ଏବଂ ଅନ୍ୟାନ୍ୟ ସ୍ଥାନରେ ଲଗାଯାଇଛି। କଂଗ୍ରେସ ଅଭିଯୋଗ କରିଛି ଯେ ଭାଜପା ସରକାରରେ କୌଣସି ଟେଣ୍ଡର ଦେବା କିମ୍ବା ସରକାରୀ କାର୍ଯ୍ୟ ପାଇଁ ଅତି କମରେ ୪୦ ପ୍ରତିଶତ କମିଶନ ଦେବାକୁ ପଡିବ। ଏହା ସରକାରଙ୍କ ଦୁର୍ନୀତିର ଖୁଲାସା କରିବ ବୋଲି କଂଗ୍ରେସ ଦାବି କରିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share