Categories: ଜାତୀୟ

ମୁଖ୍ୟମନ୍ତ୍ରୀଙ୍କ ସ୍ତ୍ରୀଙ୍କ ବିରୋଧରେ କବିତା ଚୋରି ଅଭିଯୋଗ

ଭୋପାଳ,୨।୧୨: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନଙ୍କ ସ୍ତ୍ରୀ ସାଧନା ସିଂଙ୍କ ବିରୋଧରେ କବିତା ଚୋରି ଅଭିଯୋଗ ହୋଇଛି। ସାଧନା ଅନ୍ୟ ଜଣେ ଯୁବତୀଙ୍କର କବିତାକୁ ଚୋରି କରି କେତେକ ଶବ୍ଦ ବଦଳାଇ ଏହାକୁ ନିଜ କବିତା କହି ସୋସିଆଲ୍‌ ମିଡ଼ିଆରେ ଅପଲୋଡ୍‌ କରିଛନ୍ତି। ଭୂମିକା ବିରଥରେ ନାମକ ଜଣେ ଯୁବତୀ ଏହି ଅଭିଯୋଗ ଆଣିଛନ୍ତି। ଭୂମିକା ତାଙ୍କ ପିତାଙ୍କ ଉଦ୍ଦେଶ୍ୟରେ ନଭେମ୍ବର ୨୧ରେ ଏକ କବିତା ସୋସିଆଲ ମିଡ଼ିଆରେ ଅପଲୋଡ୍‌ କରିଥିଲେ। ପରବର୍ତ୍ତୀ ସମୟରେ ସାଧନା ଏହାକୁ ଚୋରି କରି କେତେକ ଶବ୍ଦ ବଦଳାଇଥିଲେ। ପରେ ଏହାକୁ ସୋସିଆଲ ମିଡ଼ିଆରେ ପୋଷ୍ଟ କରିଥିଲେ। ଏହାକୁ ନେଇ ଶିବରାଜ କମେଣ୍ଟ୍‌ ଦେଇଥିଲେ ଯେ, ମୋ ସ୍ତ୍ରୀ ସାଧନାଙ୍କ ପିତାଙ୍କ ମୃତ୍ୟ କିଛିଦିନ ତଳେ ଘଟିଥିଲା। ସାଧନା ପିତାଙ୍କ ସ୍ମୃତିରେ ଏକ ସୁନ୍ଦର କବିତା ଲେଖିଛନ୍ତି। କବିତା ଚୋରିକୁ ନେଇ ରାଜ୍ୟ ରାଜନୀତିରେ କାଦୁଅ ଫିଙ୍ଗା ଆରମ୍ଭ ହୋଇଛି। କଂଗ୍ରେସ ସଦସ୍ୟ ଅରୁଣ ଯାଦବ କହିଛନ୍ତି ଯେ, ଭାଜପା ନାମ ବଦଳାଇବାରେ ସିଦ୍ଧହସ୍ତ। କଂଗ୍ରେସର ବିଭିନ୍ନ ଯୋଜନାର ନାମ ବଦଳାଇଥିବା ଭାଜପା ଏବେ କବିତା ବଦଳାଇବା କାମ କରୁଛି ବୋଲି ସେ କଟାକ୍ଷ କରିଛନ୍ତି।

Share