ପୁଣି ବଢ଼ିଲା ସିଏନ୍‌ଜି ଦର, ୬ ଦିନରେ ୩ ଥର…

ନୂଆଦିଲ୍ଲୀ,୭।୪: ଦୈନିକ ବଢ଼ିବାରେ ଲାଗିଲାଣି ସିଏନ୍‌ଜି ଦର। ବୁଧବାର ଭଳି ଗୁରୁବାର ଦିଲ୍ଲୀରେ ସିଏନ୍‌ଜିର କେଜି ପିଛା ଦାମ ୨.୫ ଟଙ୍କା ମହଙ୍ଗା ହୋଇଛି। ଚଳିତ ମାସରେ ସିଏନ୍‌ଜି ଦାମ ୩ ଥର ବଢ଼ିଛିି। ଗତ ୬ ଦିନ ମଧ୍ୟରେ କେଜି ପିଛା ଦାମ ୯.୧୦ ଟଙ୍କା ବୃଦ୍ଧି ପାଇଛି। ଆଗକୁ ଏହାର ଦାମ ଆହୁରି ବଢ଼ିବା ନେଇ ଆଶଙ୍କା କରାଯାଉଛି।

ଆଜିର ବର୍ଦ୍ଧିତ ଦର ପରେ ନୋଏଡା, ଗ୍ରେଟର ନୋଏଡା ଓ ଗାଜିଆବାଦରେ ଗୋଟିଏ କେଜି ସିଏନଜିର ମୂଲ୍ୟ ୭୧.୬୭ ଟଙ୍କା ହୋଇଛି। ଗତକାଲି ଏଠାରେ ସିଏନଜି ଦାମ ୬୯.୧୮ ଟଙ୍କା ଥିଲା। ଅପରପକ୍ଷେ ଗୁରୁବାର ପେଟ୍ରୋଲ ଓ ଡିଜେଲ ଦର ବଢ଼ିନାହିଁ।

Share