କରୋନା ଟିକା ପ୍ରସ୍ତୁତିରେ ଭାରତକୁ ସହଯୋଗ: ହାଇଦ୍ରାବାଦରେ ୬୪ ବିଦେଶୀ ପ୍ରତିନିଧି

ହାଇଦ୍ରାବାଦ,୯।୧୨: ଭାରତରେ ପ୍ରସ୍ତୁତ କରାଯାଉଥିବା କରୋନା ଟିକା ପ୍ରସ୍ତୁତିରେ ଭାରତକୁ ସହଯୋଗ କରିବା ପାଇଁ ବିଦେଶୀ ରାଷ୍ଟ୍ରଙ୍କ ଆଗ୍ରହ ବୃଦ୍ଧି ପାଇବାରେ ଲାଗିଛି। ଏହି ମର୍ମରେ ୬୪ ବିଦେଶୀ ପ୍ରତିନିଧି ବୁଧବାର ତେଲଙ୍ଗାନାର ରାଜଧାନୀ ହାଇଦ୍ରାବାଦରେ ପହଞ୍ଚିଛନ୍ତି। ପ୍ରତିନିଧିମାନେ ବାୟୋଟେକ୍‌ ଏବଂ ବାୟୋଲୋଜିକାଲ୍‌-ଇ କମ୍ପାନୀ ବୁଲି କରୋନା ଟିକା ପ୍ରସ୍ତୁତି ସମ୍ପର୍କରେ ଅଧିକାରୀଙ୍କଠାରୁ ପଚାରି ବୁଝିଛନ୍ତି। ପରବର୍ତ୍ତୀ ସମୟରେ ବିଦେଶୀ ପ୍ରତିନିଧିମାନେ ଅନ୍ୟ ସହରକୁ ମଧ୍ୟ ଗସ୍ତ କରିବେ। ପୃଥିବୀରୁ କରୋନା ମହାମାରୀ ଶେଷ କରିବା ଲାଗି କିଛି ଦିନ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ। ଏକ୍ଷେତ୍ରରେ ସମଗ୍ର ମାନବ ଜାତିର କଲ୍ୟାଣ ପାଇଁ ଭାରତ କାର୍ଯ୍ୟ କରୁଥିବା ସେ ପ୍ରକାଶ କରିଥିଲେ। ଅନ୍ୟ ଦେଶ ସହିତ ସହଯୋଗରେ କରୋନା ଟିକା ପ୍ରସ୍ତୁତ କରାଯାଇ ଏହାକୁ ବିଭିନ୍ନ ରାଷ୍ଟ୍ରକୁ ଯୋଗାଇ ଦିଆଯିବା ଉପରେ ମୋଦି ଗୁରୁତ୍ୱାରୋପ କରିଥିଲେ।

Share