କୃଷକଙ୍କ ସାମାଜିକ- ଅର୍ଥନୈତିକ ବିକାଶ ପାଇଁ ସମବାୟ କ୍ଷେତ୍ର ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଛି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୩ା୧(ବ୍ୟୁରୋ): ଜିଲା ସ୍ତରରେ ଥିବା କେନ୍ଦ୍ର ସମବାୟ ବ୍ୟାଙ୍କରେ ୨୪୦ ଜଣ ସହକାରୀ ମ୍ୟାନେଜର ଓ ୨୬ ଜଣ ସିଷ୍ଟମ୍‌ ମ୍ୟାନେଜର କାର୍ଯ୍ୟରେ ଯୋଗ ଦେଇଛନ୍ତି। ଗୁରୁବାର ଲୋକସେବା କନ୍‌ଭେନ୍‌ଶନ ସେଣ୍ଟରରେ ଆୟୋଜିତ କର୍ମଶାଳାରେ ଭର୍ଚୁଆଲ ମୋଡ୍‌ରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବନିଯୁକ୍ତ ଅଧିକାରୀଙ୍କୁ ଦିଗ୍‌ଦର୍ଶନ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହି ନିଯୁକ୍ତି ବ୍ୟାଙ୍କଗୁଡ଼ିକରେ ମାନବ ସମ୍ବଳ ଅଭାବ ପୂରଣ କରିବ ଓ ଚାଷୀଙ୍କୁ ବ୍ୟାଙ୍କରୁ ଉତ୍ତମ ସେବା ମିଳିବ। ଏଥିସହ ଚାଷୀଙ୍କ ସମସ୍ୟାର ତୁରନ୍ତ ସମାଧାନ ହେବ। ରାଜ୍ୟରେ ଜନସଂଖ୍ୟାର ୯୦ ପ୍ରତିଶତ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଅଛନ୍ତି। ଚାଷୀଙ୍କ ସାମାଜିକ ଓ ଆର୍ଥିକ ବିକାଶ କ୍ଷେତ୍ରରେ ସମବାୟ ବ୍ୟାଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଉଛି। ଆର୍ଥିକ ସ୍ଥିତି କିଭଳି ସୁଦୃଢ଼ ହୋଇପାରିବ, ସେଥିପାଇଁ ସମବାୟ ବ୍ୟାଙ୍କ କାର୍ଯ୍ୟ କରିଆସୁଛି। ସମବାୟ ବ୍ୟାଙ୍କ ଓ ସମବାୟ ସମିତି ରାଜ୍ୟର ୬୦ ପ୍ରତିଶତ ଶସ୍ୟ ଋଣ ପ୍ରଦାନ କରୁଛନ୍ତି। ରାଜ୍ୟରେ ଧାନ ସଂଗ୍ରହ ମଧ୍ୟ ସମିତି ଦ୍ୱାରା କରାଯାଉଛି। ସରକାର ସମବାୟ ବ୍ୟାଙ୍କ ଓ ସମବାୟ ସମିତିର ମାନବ ସମ୍ବଳ ଉପରେ ସର୍ବଦା ଗୁରୁତ୍ୱ ଦେଇ ଆସୁଛନ୍ତି। ରାଜ୍ୟ ସରକାର ଚାଷୀମାନଙ୍କୁ କମ୍‌ ସୁଧରେ ଋଣ ଯୋଗାଇ ଦେଉଛନ୍ତି। ଏପରି କି କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ସରକାର ବିନା ସୁଧରେ ଫସଲ ଋଣ ଯୋଗାଇ ଦେଉଛନ୍ତି। ରାଜ୍ୟରେ ଥିବା ୨୧୫୮ ପ୍ୟାକ୍ସକୁ ଅନ୍‌ଲାଇନ କୋର୍‌ ବ୍ୟାଙ୍କିଂ ସୁବିଧା ପ୍ରଦାନ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି ଅବସରରେ ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି ଯେ ପ୍ରତ୍ୟେକ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ନିକଟରେ ବିନା ସୁଧରେ ଶସ୍ୟ ଋଣ ପହଞ୍ଚିବା ମୁଖ୍ୟମନ୍ତ୍ରୀଙ୍କ ଲକ୍ଷ୍ୟ। ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା କହିଛନ୍ତି ଯେ ସରକାରଙ୍କ ୫-ଟି ନିୟମାବଳୀ ଯୋଗୁ ଲୋକମାନଙ୍କ ନିକଟରେ ସରକାରୀ ସେବା ଶୀଘ୍ର ପହଞ୍ଚି ପାରୁଛି। ଏହି କାର୍ଯ୍ୟକ୍ରମକୁ ୫-ଟି ସଚିବ ଭି.କେ. ପାଣ୍ଡିଆନ ପରିଚାଳନା କରିଥିଲେ। ବିଭାଗୀୟ ସଚିବ ସଞ୍ଜୀବ ଚଢ଼ା ସ୍ବାଗତ ଭାଷଣ ଦେଇଥିବା ବେଳେ କାଜୁ ନିଗମ ଏମ୍‌ଡି ଧନ୍ୟବାଦ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦେଶ ଖୁବ୍‌ଶୀଘ୍ର ବୁଲେଟ୍‌ ଟ୍ରେନ ଦେଖିବ: ମୋଦି

ରାୟଗଡ଼ା,୭ା୧(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ରେଳ ଡିଭିଜନ ହେଡକ୍ୱାର୍ଟର୍ସ ପାଇଁ ଶିଳାନ୍ୟାସ କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ୨୦୨୫ ବର୍ଷରେ ଯୋଗାଯୋଗ ଦ୍ରୁତଗତିରେ ହେବ। ବିକଶିତ...

ବଢ଼ିଲା ତାପମାତ୍ରା, କୁହୁଡ଼ି ପାଇଁ ସତର୍କତା: ୬ ଜିଲାକୁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର,୭ା୧(ଅନୁରାଧା ମହାରଣା):ରାଜ୍ୟରେ ଶୀତର ଲହରି ଜାରି ରହିଥିଲେ ମଧ୍ୟ ୨ଦିନ ମଧ୍ୟରେ ସର୍ବନିମ୍ନ ତାପମାତ୍ରା(ରାତି ତାପମାତ୍ରା) ପ୍ରାୟ ୨ଡିଗ୍ରୀ ସେଲସିୟସ୍‌ ବୃଦ୍ଧି ପାଇଛି। ଆସନ୍ତା ୪ଦିନ...

ଯାଜପୁର ଚଣ୍ଡିଖୋଲରେ ହେବ ଅଶୋଧିତ ତୈଳ ରିଜର୍ଭ, ରାଜ୍ୟ ସରକାର ଦେଲେ ଅନୁମତି

ଭୁବନେଶ୍ୱର,୬।୧: ଯାଜପୁରରେ ହେବାକୁ ଥିବା ବହୁ ପ୍ରତିକ୍ଷିତ ଅଶୋଧିତ ତୈଳ ସଂରକ୍ଷଣକୁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର। ସୋମବାର ଉଚ୍ଚସ୍ତରୀୟ କ୍ଲିଅରାନ୍ସ ଅଥରିଟି(HLCA) ବୈଠକରେ ଏହି...

ଭୁବନେଶ୍ବର ବିମାନବନ୍ଦରରୁ ୯.୫୨ କୋଟିର ମାରିଜୁଆନା ଜବତ

ଭୁବନେଶ୍ୱର,୬।୧: ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ୯.୫୨ କୋଟିର ମାରିଜୁଆନା ଜବତ ହୋଇଛି। ମାରିଜୁଆନା ଆଣିଥିବା ୨ ମହିଳା ଯାତ୍ରୀ ଗିରଫ କରିଛି ଭୁବନେଶ୍ବର କଷ୍ଟମ କମିଶନରେଟ।...

ଓଡ଼ିଶାରେ ୪୪ ହଜାର ୭୯୩ କୋଟି ଟଙ୍କା ଟଙ୍କାର ନିବେଶକୁ ଗ୍ରୀନ ସିଗନାଲ ଦେଲେ ସରକାର

ଭୁବନେଶ୍ୱର,୬।୧: ରାଜ୍ୟରେ ନିବେଶ ବଢାଇବା ଲାଗି ସରକାର ଜୋରଦାର ଉଦ୍ୟମ କରୁଥିବା ବେଳେ ସୋମବାର ସରକାର ୪୪ ହଜାର ୭୯୩ କୋଟି ଟଙ୍କାର ପୁଞ୍ଜି ନିବେଶକୁ...

ଜୟପୁରରେ ହେବ OPSC ପରୀକ୍ଷା ଜୋନ୍‌

କଟକ,୬।୧: ଜୟପୁରରେ ହେବ OPSCର ନୂଆ ପରୀକ୍ଷା ଜୋନ୍‌। ଲିଖିତ ପରୀକ୍ଷା ପାଇଁ ଜୟପୁରରେ ହେବ ନୂଆ ଜୋନ୍‌ କରାଯିବ। ନୂଆ ପରୀକ୍ଷା ଜୋନ୍ କରାଯିବା...

ଭଟଲି ବିଧାୟକ ଇରାସିସ୍‌ ଆଚାର୍ଯ୍ୟ ନିର୍ଦ୍ଦୋଷ ସାବ୍ୟସ୍ତ

ମଥୁରାନଗରୀ,୬।୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲିରେ ଗତ ୨୦୧୮ ମସିହାରେ ସଂଘଟିତ ଏକ ହତ୍ୟା ମାମଲାର ରାୟ ସୋମବାର ପ୍ରକାଶ ପାଇଛି। ଏହି ମାମଲାରେ ବର୍ତ୍ତମାନର...

ନାବାଳିକା ଝିଅଙ୍କୁ ବଳାତ୍କାର, ଅଭିଯୁକ୍ତ ବାପାଙ୍କୁ ଆଜୀବନ ଜେଲ

ଭୁବନେଶ୍ୱର,୬ା୧(ସୂର୍ଯ୍ୟକାନ୍ତ ବେହେରା): ନାବାଳିକା ଝିଅଙ୍କୁ ବଳାତ୍କାର କରିବା ଅଭିଯୋଗରେ ଜଣେ ଅଭିଯୁକ୍ତ ବାପାଙ୍କୁ ଭୁବନେଶ୍ୱର ଅତିରିକ୍ତ ଜିଲା ଦୌରାଜଜ ତଥା ଫାଷ୍ଟଟ୍ରାକ ସ୍ପେଶାଲ କୋର୍ଟ (ପୋକ୍ସୋ-୧)...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri