କୋ-ଓ୍ବିନ୍‌ ଆପ୍‌ରେ ତ୍ରୁଟି: ଟିକା ନେବା ପାଇଁ ପହଞ୍ଚି ପାରୁନି ମେସେଜ୍‌

ନୂଆଦିଲ୍ଲୀ,୧୯।୧: କରୋନା ମହାମାରୀ ବିରୋଧରେ ଭାରତରେ ଲଢ଼େଇ ନିର୍ଣ୍ଣାୟକ ମୋଡ଼ରେ ପହଞ୍ଚିଛି। ଏପରେ ସ୍ଥଳେ ଦେଶରେ ସାର୍ବଜନୀକ ଟିକାକରଣ ଆରମ୍ଭ ହୋଇଛି। ତେବେ ଟିକାକରଣ କାର୍ଯ୍ୟକ୍ରମରେ ପ୍ରଶାସନକୁ କେତେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି। ଟିକା ନେବା ଲାଗି ଲୋକଙ୍କ ପାଖକୁ କୋ-ଓ୍ବିନ୍‌ ଆପ୍‌ ଦ୍ୱାରା ମେସେଜ୍‌ ପଠା ଯାଉଛି। ତେବେ ଆପ୍‌ରେ କେତେକ ତ୍ରୁଟି ଯୋଗୁ ୩୫ ପ୍ରତିଶତ ଲୋକଙ୍କ ପାଖରେ ମେଜେସ୍‌ ପହଞ୍ଚି ପାରୁ ନ ଥିବା ଅଭିଯୋଗ ହୋଇଛି। ରାଜଧାନୀ ଦିଲ୍ଲୀରେ ଏଭଳି ଅଧିକ ଘଟଣା ଘଟିଛି। ଫଳରେ ହସ୍ପିଟାଲ ପକ୍ଷରୁ ଲୋକଙ୍କୁ ଫୋନ୍‌ କରି ଟିକାକରଣ ସମ୍ପର୍କିତ ସୂଚନା ଦେବାକୁ ପଡୁଛି। ଲୋକଙ୍କ ପାଖରେ କିଭଳି ସହଜରେ ସୂଚନା ପହଞ୍ଚି ପାରିବ ସେନେଇ ପ୍ରଶାସନ ପକ୍ଷରୁ ଉଦ୍ୟମ ଅବ୍ୟାହତ ରହିଛି।

Share