Posted inଜାତୀୟ

କୋଝିକୋଡ଼ ବିମାନ ଦୁର୍ଘଟଣା: ସହପାଇଲଟଙ୍କ ପାର୍ଥିବ ଶରୀର ଦେଖି ବେହୋସ୍‌ ହେଲେ ମା’-ଗର୍ଭବତୀ ସ୍ତ୍ରୀ

ମଥୁରା,୯।୮: କେରଳର କୋଝିକୋଡରେ ହୋଇଥିବା ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ସହପାଇଲଟ ଅଖିଳେଶ କୁମାର ବର୍ମାଙ୍କ ପାର୍ଥିବ ଶରୀର ରବିବାର ସକାଳେ ମଥୁରାରେ ପହଞ୍ଚିଥିଲା। ସେଠାରୁ ମରଶରୀର ଘରେ ପହଞ୍ଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। କାନ୍ଦି କାନ୍ଦି ଅଖିଳେଶଙ୍କ ମା’ ଏବଂ ଗର୍ଭବତୀ ସ୍ତ୍ରୀ ଚେତା ହରାଇଥିଲେ। ଏହାକୁ ନେଇ ସେଠାରେ ଉପସ୍ଥିତ ଲୋକଙ୍କ ଆଖି ଓଦା ହୋଇଥିଲା। ଖବର ଦିଆଯିବା ପରେ ସ୍ବାସ୍ଥ୍ୟ ଟିମ୍‌ ସ୍ତ୍ରୀଙ୍କ ଚିକିତ୍ସା କରିଥିଲେ।

ପ୍ରକାଶ ଯେ, ୩୨ ବର୍ଷୀୟ ଅଖିଳେଶ ଦୁଇ ବର୍ଷ ପୂର୍ବେ ବିବାହ କରିଥିଲେ। ତାଙ୍କ ସ୍ତ୍ରୀ ମେଘା(୨୯) ଏବେ ଗର୍ଭବତୀ ଅଛନ୍ତି। ଦୁଇ ସପ୍ତାହ ମଧ୍ୟରେ ସେ ମା’ ହୋଇପାରନ୍ତି। ନିକଟରେ ଲକ୍‌ଡାଉନ୍‌ ସମୟରେ ଅଖିଳେଶ ଘରକୁ ଆସିଥିଲେ। ଏବେ ହଠାତ୍‌ ଦୁର୍ଘଟଣାରେ ତାଙ୍କୁ ହରାଇବାକୁ ସହଜରେ ପରିବାରଲୋକେ ଗ୍ରହଣ କରିପାରୁନାହାନ୍ତି। ତାଙ୍କ ପରିବାରରେ ଏବେ ୨ ଭାଇ, ଜଣେ ଭଉଣୀ, ସ୍ତ୍ରୀଙ୍କ ସମେତ ବାପାମା’ ଅଛନ୍ତି। ତେବେ ତାଙ୍କୁ ଶହୀଦର ମର୍ଯ୍ୟାଦା ଦେବାକୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଏହିଦିନ ଶପଥ ନେବେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ, ନୂଆ ଚେହେରାକୁ ନେଇ…

ନୂଆଦିଲ୍ଲୀ,୧୭।୨: ଜାତୀୟ ରାଜଧାନୀ ଦିଲ୍ଲୀର ବିଧାନସଭା ନିର୍ବାଚନର ଫଳାଫଳ ସମସ୍ତେ ଜାଣନ୍ତି। ଶାସକ ଆମ ଆଦମୀ ପାର୍ଟିକୁ ପରାସ୍ତ କରି ଭାରତୀୟ ଜନତା ପାର୍ଟି ନିର୍ବାଚନରେ...

ଦିଲ୍ଲୀ-ଏନସିଆରରେ ଭୂକମ୍ପ ପରେ ଆସିପାରେ ‘ଆଫ୍ଟରଶକ୍‌’, କେନ୍ଦ୍ର ଜାରି କଲା ଚେତାବନୀ

ନୂଆଦିଲ୍ଲୀ,୧୭।୨: ସୋମବାର ସକାଳେ ଦିଲ୍ଲୀ-ଏନସିଆରରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଏହା ପରେ ଲୋକମାନେ ଭୟଭୀତ ହୋଇଯାଇଛନ୍ତି। ଏହି ସମୟରେ, କେନ୍ଦ୍ର ସରକାର ପୁଣିଥରେ ଦିଲ୍ଲୀରେ...

ଚାଇନା ଆମର ଶତ୍ରୁ ନୁହେଁ! ପୁଣି ବିବାଦୀୟ ବୟାନ ଦେଲେ କଂଗ୍ରେସ ନେତା

ନୂଆଦିଲ୍ଲୀ,୧୭।୨: କଂଗ୍ରେସ ବିଦେଶୀ ୟୁନିଟ ମୁଖ୍ୟ ସାମ ପିଟ୍ରୋଡା ଏକ ଦାବି କରି ନୂତନ ବିବାଦ ସୃଷ୍ଟି କରିଛନ୍ତି। ସେ କହିଛନ୍ତି ଯେ ଚାଇନାଠାରୁ ଆସୁଥିବା...

ଆମେରିକାରୁ ନିର୍ବାସିତ ପ୍ରବାସୀ ମହିଳା-ଶିଶୁଙ୍କୁ ନେଇ ଟ୍ରମ୍ପ ସରକାରଙ୍କ ବଡ ନିଷ୍ପତ୍ତି, ଜାଣନ୍ତୁ ଏହା କ’ଣ

ଓ୍ବାଶିଂଟନ/ନୂଆଦିଲ୍ଲୀ,୧୭।୨: ପଞ୍ଜାବର ଅମୃତସରରେ ଦ୍ୱିତୀୟ ଆମେରିକୀୟ ସାମରିକ ବିମାନରୁ ଓହ୍ଲାଇଥିବା ନିର୍ବାସିତଙ୍କ ମଧ୍ୟରେ ଥିବା ମହିଳା ଏବଂ ପିଲାମାନଙ୍କୁ ‘ଉଡ଼ାଣ ସମୟରେ ଶିକୁଳିରେ ବାନ୍ଧି ଦିଆ...

ବଦଳିବେ ମାୟାବତୀଙ୍କ ଉତ୍ତରାଧିକାରୀ! ଆକାଶ ଆନନ୍ଦଙ୍କୁ ଦେଲେ ବଡ଼ ଚେତାବନୀ

ଲକ୍ଷ୍ନୌ,୧୭।୨: ବିଏସପି ମୁଖ୍ୟ ମାୟାବତୀ ତାଙ୍କ ସମ୍ପର୍କୀୟ ଡକ୍ଟର ଅଶୋକ ସିଦ୍ଧାର୍ଥଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପରେ, ଏବେ ତାଙ୍କ ଭଣଜା ଏବଂ ଦଳର ଜାତୀୟ...

ରାଜଧାନୀ ପରେ ଥରିଲା ବିହାର, ଲୋକେ ଭୟଭୀତ

ପାଟନା,୧୭।୨: ସୋମବାର ସକାଳେ ଦିଲ୍ଲୀ-ଏନସିଆରରେ ଭୂକମ୍ପର ତୀବ୍ର ଝଟକା ଅନୁଭୂତ ହୋଇଛି। ଏହାର ପ୍ରାୟ ଅଢ଼େଇ ଘଣ୍ଟା ପରେ, ବିହାରରେ ଭୂକମ୍ପର ଝଟକା ଅନୁଭୂତ ହୋଇଥିଲା।...

ବୈଜ୍ଞାନିକଙ୍କ ବଡ଼ ଭବିଷ୍ୟବାଣୀ, ଭୂକମ୍ପରେ ଏସବୁ ଅଞ୍ଚଳରେ ହେବ ଲକ୍ଷ ଲକ୍ଷ ଲୋକଙ୍କ ମୃତ୍ୟୁ!

ନୂଆଦିଲ୍ଲୀ,୧୭।୨: ସୋମବାର ସକାଳେ ଦିଲ୍ଲୀ ଏବଂ ଆଖପାଖ ଅଞ୍ଚଳରେ ମଧ୍ୟମ ଧରଣର ଭୂମିକମ୍ପ ଅନୁଭୂତ ହୋଇଛି। ସକାଳ ପ୍ରାୟ ୫.୩୭ ସମୟରେ ଏହି ଭୂମିକମ୍ପ ହୋଇଥିଲା।...

ଦେଶ ବିରୋଧୀ ଷଡ଼ଯନ୍ତ୍ରରେ ଗୌରବ ଫସିଛନ୍ତି: ହିମନ୍ତ

ଗୁଆହାଟୀ,୧୭ା୨: କଂଗ୍ରେସ ନେତା ଗୌରବ ଗୋଗୋଇଙ୍କ ବ୍ରିଟିଶ୍‌ ସ୍ତ୍ରୀ ଏଲିଜାବେଥ କୋଲବର୍ନଙ୍କର ପାକିସ୍ତାନୀ ଗୋଇନ୍ଦା ସଂସ୍ଥା ଆଇଏସ୍‌ଆଇ ସହ ସମ୍ପର୍କ ଥିବା ନେଇ ପ୍ରଘଟ ହୋଇଥିବା ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image