Categories: ଖେଳ

କୋଚ୍‌ ନିଯୁକ୍ତ କଲା ଓସିଏ

ଭୁବନେଶ୍ୱର,୨୫ା୫ (ସ୍ପୋଟର୍‌ସ ବ୍ୟୁରୋ): ଓଡ଼ିଶା କ୍ରିକେଟ ଆସୋସିଏଶନ୍‌ (ଓସିଏ) ପକ୍ଷରୁ ଏହାର ପୁରୁଷ ଓ ମହିଳା ଦଳ ପାଇଁ କୋଚଙ୍କ ନାମ ଘୋଷଣା କରାଯାଇଛି। ପୁରୁଷ କ୍ରିକେଟ ଦଳର ମୁଖ୍ୟ କୋଚ୍‌ ତଥା ନିର୍ଦ୍ଦେଶକ ଦୀନେଶ ମୋଙ୍ଗିଆ ଓ ବୈଷୟିକ ନିର୍ଦ୍ଦେଶକ ଭି. ଭେଙ୍କଟରାମଙ୍କ ନେତୃତ୍ୱରେ ପୁରୁଷ ଓ୍ବିଙ୍ଗ ପାଇଁ ୧୧ ଜଣ କୋଚ୍‌ଙ୍କ ନାମ ଘୋଷଣା କରାଯାଇଛି। ସେହିପରି ମହିଳା ଦଳର ମୁଖ୍ୟ କୋଚ୍‌ ରୁମେଲୀ ଧରଙ୍କ ନେତୃତ୍ୱରେ ମହିଳା ଓ୍ବିଙ୍ଗ ପାଇଁ ୬ ଜଣଙ୍କୁ ନିଯୁକ୍ତ କରାଯାଇଛି।
ପୁରୁଷ କୋଚ୍‌: ଅବକାଶ ଖଟୁଆ, ଦୀପକ ମଙ୍ଗରାଜ, ସୁରେଶ କୁମାର, ନଟରାଜ ବେହେରା, ବସନ୍ତ ମହାନ୍ତି, କୁଲଦୀପ ଶର୍ମା, ରଶ୍ମି ରଞ୍ଜନ ଦାସ, ଶୋଭନ ଦେବ, ପ୍ରଭାତ ନାୟକ, ପ୍ରୀତମଜିତ୍‌ ଦାସ, କେ. ଭି. ପ୍ରସାଦ। ମହିଳା କୋଚ୍‌: ପୁଷ୍ପାଞ୍ଜଳୀ ବାନାର୍ଜୀ, କାଦମ୍ବିନୀ ମହାକୁଡ, ସ୍ବାଗତିକା ରଥ, ମଧୁସ୍ମିତା ବେହେରା, ଟିକିଲତା ପ୍ରଧାନ ଓ ଇତିଶ୍ରୀ ପଟ୍ଟନାୟକ।

Share